p purohi

ପାରାଦୀପଠାରେ ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ

dr. purohit

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ମୋହନାଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ବୁଧବାର ପାରାଦୀପ ପୋର୍ଟ କ୍ଲବଠାରେ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛ । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ ରାଜ୍ୟ ସଭାପତି ତଥା ନବୀନ ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ରବି ରଥ ସଭାପତିତ୍ୱ କରିଥିବା ବେଳେ ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ସଞ୍ଜୀବ କୁମାର ଦାଶ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ଗଜପତି ଜିଲ୍ଲା ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ନଗେନ୍ଦ୍ର ନାଥ ମହାରଣା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହା ସଙ୍ଗେ ଶିଳ୍ପପତି ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ସାହୁ, ଗଣ ଅଧିକାର ପତ୍ରିକାର ପ୍ରକାଶକ ଚିତ୍ତରଞ୍ଜନ ସ୍ୱାଇଁ, କିଶାନ କଂଗ୍ରେସ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ଜିତେନ୍ଦ୍ର କୁମାର ସାହୁ, ଶିଶୁ ସାହିତ୍ୟିକା ଚିନ୍ମୟୀ ପଣ୍ଡା, ସମାଜ ସେବିକା ନନ୍ଦିନୀ ପଣ୍ଡା, ପାରାଦୀପ ଓକିଲ ସଂଘ ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା, ଓଡ଼ିଶା କମେଡି କିଙ୍ଗ୍‌ ଟୁକୁନା ଷ୍ଟାଇଲିଶ୍‌ ଓ ହାସ୍ୟ ଅଭିନେତା ସୁଭ୍ରକାନ୍ତ ରଣାପ୍ରମୁଖ ଉପସ୍ଥିତ ଥିବା ବେଳେ ଏହାକୁ ସମାଜସେବୀ ସୋଭାକର ବେହେରା ସଭା ପରଚାଳନା କରିଥିଲେ । ପତ୍ରିକାର ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ସଂପାଦକୀୟ ବିବରଣୀ ପଠନ କରିବା ସହ ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ପତ୍ରିକା ଲୋକଙ୍କ ସ୍ୱର ରୂପେ କାର୍ଯ୍ୟ କରୁଥିବାରୁ ଉପସ୍ଥିତ ସାମ୍ବାଦିକ, ଅତିଥି ଏବଂ ପାଠକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରଚାଳନା ସମ୍ପାଦକ ପଣ୍ଡିତ ଅଜିତ କୁମାର ଦାସ, ଦେବାଶିଷ ପାଣି, ଦୁଃଶାସନ ନାୟକଙ୍କ ସମେତ ସମସ୍ତ ସାମ୍ବାଦିକ ଉତ୍ସବକୁ ସୁପରିଚାଳନା କରିଥିଲେ । ଉପସ୍ଥିତ ଅତିଥିମାନେ ଗଜପତି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ପତ୍ରିକା ପ୍ରକାଶ ପାଉଥିବାରୁ ଏହାର ପରିଚାଳନା ସମିତିକୁ ସାଧୁବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.