ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦଧିବାମନ ମନ୍ଦିରରେ ଶିଶୁ ବିକାଶ କେନ୍ଦ୍ର ତରଫରୁ ମହାନ ଶିଶୁପ୍ରେମୀ ତଥା ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ୩୭ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରବୀଣ ମିଶ୍ରଙ୍କ ସରଳ ଓ ଆଦର୍ଶ ଜୀବନ ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରବୀଣ ମିଶ୍ର ଚାଲିଯିବାର ଦୀର୍ଘ ବର୍ଷ ପରେ ମଧ୍ୟ ତାଙ୍କ ସ୍ମରଣ କରାଯାଉଛି । ଏଥିରୁ ଅନୁମେୟ ଯେ ପ୍ରବୀଣ ମିଶ୍ର କିପରି ନିଃସ୍ୱାର୍ଥପର ସେବକ ଥିଲେ । ଏହି ସଭାରେ ଅନୁଷ୍ଠାନର ବର୍ଷିୟାନ ସଭ୍ୟ ଯୁଧଷ୍ଠିର ବାରିକଙ୍କ ବିୟୋରେ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସତ୍‌ଗତି ପାଇଁ ଦୁଇମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ କପିଳ ପତି, ହୃଷିକେଶ ପୁରୋହିତ, ଚୁଡେନ୍ଦ୍ର ବେହେରା, ଅରୁଣ ଖୁଆସ, ସିତାଂଶୁ ନାୟକ, ଧର୍ମବ୍ରତ ରଥ, ତପସ୍ୱିନୀ ପସାୟତ, ପ୍ରଶାନ୍ତ ମହାକୁଡ, ଦୁର୍ଗା ଚରଣ ସାହୁ, କେଶବ ଚନ୍ଦ୍ର ମିଶ୍ର ଓ ମଦନ ମୋହନ ରଥ ପ୍ରମୁଖ ଉଭୟଙ୍କ ଗୁଣାବଳୀ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

17 + 4 =

error: Content is protected !!