ଟିଟିଲାଗଡ ୱାର୍ଡ ନମ୍ବର ୧୫ରେ ଛତୁଆ ଓ ବାଦାମ ଲଡୁ ମିଳୁନଥିବା ଅଭିଯୋଗ : ତିନି ମାସରେ ମିଳୁଛି ଗୋଟିଏ ମାସର, ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନେ କିଭଳି କୁପୋଷଣର ଶିକାର ନ ହେବେ, ସେଥିପାଇଁ ପ୍ରତି ମାସରେ ଥରେ ପାଞ୍ଚ କିଲୋଗ୍ରାମ ଓଜନର ଛତୁଆ, ବାଦାମ ଲଡ଼ୁ ତା ସହ କାହା କାହାକୁ ସୁଜି ପ୍ୟାକେଟ ମଧ୍ୟ ଦିଆଯାଇଥାଏ । କିନ୍ତୁ ପାଖାପାଖି ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଛତୁଆ ଓ ବାଦାମ ଲଡ଼ୁ ମିଳିନଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଟିଟିଲାଗଡ ଗସ୍ତରେ ଆସି ପିପଲ ପଦରଠାରେ ଥିବା ଛତୁଆ ପ୍ଲାଣ୍ଟ ବୁଲିଗଲେ । ତା’ପରେ ମଧ୍ୟ ଏଭଳି ଅବସ୍ଥା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।