pakka

ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ

bbehera
  • ଯୋଗଦେଲେ ୨ ଶହରୁ ଅଧିକ ଖେଳାଳି, କୋଚ୍‌ ଓ ଅଫିସିଆଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଳା ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଏହି ସିନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ ସୋମବାରରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨୯ ବୁଧବାର ଯାଏଁ ଏହା ଚାଲିବ । ଏହାର ଉଦ୍‌ଘାଟନୀ ଦିବସରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପ ଉଦ୍ୟୋଗୀ ଓଭୋ ଫାର୍ମର ପରିଚାଳନା ନିଦ୍ଦେର୍ଶକ ସୌମେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ସଦ୍ୟ ସମାପ୍ତ ହୋଇଥିବା ଦେଶର ୩୫ତମ ସବଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍‌ର ସଫଳ ସମାପନ ପାଇଁ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବଲାଙ୍ଗିରର ଏହି ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମ କେବଳ ଆମ ଜିଲା କି ରାଜ୍ୟ ନୁହେଁ, ଦେଶର ପ୍ରତ୍ୟେକ ରାଜ୍ୟର ଖେଳାଳିଙ୍କ କାମରେ ଆସି ସାରିଛି ବୋଲି କହିବା ସହ ଆଜିଠୁ ଆରମ୍ଭ ହେଉଥିବା ଏହି ବରିଷ୍ଠ ରାଜ୍ୟ ଚାମ୍ପିଆନସିପ୍‌ରେ ଯୋଗ ଦେଇଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରତିଯୋଗିତାର ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ ଅଫିସିଆଲ ପ୍ରତିଯୋଗିତା ପରିଚାଳନା ପାଇଁ ଯୋଗ ଦେଇଛନ୍ତି । ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପର୍ଯ୍ୟବେକ୍ଷକ ଭାବେ ନୂଆଁପଡ଼ା ଜିଲ୍ଲା ସମ୍ପାଦକ ଅଙ୍କିତ କୁମାର ସାହୁ, ସୁଦୀପ୍ତ ବିଶୋଇ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଛନ୍ତି । ପ୍ରତିଯୋଗିତା ସଫଳ ରୂପାୟନ ପାଇଁ ରାଜ୍ୟ ସଂଘ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି । ଚିଫ୍‌ ରେଫରୀ ଭାବେ ବିଜୟ କୁମାର ବାଗ ସମସ୍ତ ଖେଳକୁ ପରିଚାଳନା କରିବେ । ପ୍ରତିଯୋଗିତା ଆୟୋଜନରେ ଜିଲ୍ଳା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସଂଜୀବ ସାହାଣୀ, ସୁଧିର ପଣ୍ଡା, ସଂଯୋଜକ ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଲ, ଚନ୍ଦନ ମିଶ୍ର ପ୍ରମୁଖ ସହଯୋଗ କରୁଛନ୍ତି ।

jay balangir
Leave A Reply

Your email address will not be published.

3 × 1 =