jsm

ମାହେଶ୍ୱରୀ ତରଫରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଲେପାଲି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଦେବ ଦର୍ଶନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଜଣା ଶୁଣା ସଂଗଠନ ମାହେଶ୍ୱରୀ ସଂଗଠନ ତରଫରୁ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସର ଅନ୍ତେବାସୀଙ୍କୁ ବଲାଙ୍ଗିରର ସମସ୍ତ ମନ୍ଦିରର ଦର୍ଶନ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଏକ ଅଭିନବ ପ୍ରୟାସ ଯାହା ସମାଜ ଓ ପରିବାରଠାରୁ ଉପେକ୍ଷିତ ହୋଇ ବୃଦ୍ଧାଶ୍ରମରେ ଜୀବନ କାଟୁଥିବା ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବାରେ ପ୍ରୟାସ ମାତ୍ର ଯାହାକୁ ଏକ ନିଆରା ଢଙ୍ଗରେ ମାହେଶ୍ୱରୀ ତରଫରୁ ପାଳନ କରାଯାଇଛି । ଅନ୍ତେବାସୀମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ପ୍ରଥମେ ମା’ ସମଲେଇ ମନ୍ଦିରରେ ଦର୍ଶନ କରାଯାଇଥିଲା । ପରେ ଗୋପାଳଜୀ ମନ୍ଦିର, ଦୁର୍ଗା ମନ୍ଦିର, ମହାଦେବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଏବଂ ଭୀମ ଡୁଙ୍ଗରୀରେ ଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖା ସଂଯୋଜିକା ଇଷିକା ଦାସ, ସଦସ୍ୟ ଅପ୍ରମିତ ପରିଚ୍ଛା, ଯତୀନ୍ଦ୍ର ସାହୁ, କରନ ବେହେରା, ଶିବାନନ୍ଦ ସାହାଣୀ, ନିରୋଜ ବକ୍ସି, ରିତେଶ ଅଗ୍ରୱାଲ, ସୋମନାଥ ଆଚାର୍ଯ୍ୟ, ପ୍ରଜ୍ଞାମୟୀ ବୋହିଦାର, ବୈଶାଳୀ ବୋହିଦାର, ବବିତା ନାଗ, ଅଭିପ୍ରିୟା ବୋହିଦାର, ସୁଶ୍ରୀତା ଠାକୁର ଉପସ୍ଥିତ ରହି ସବୁ ଅନ୍ତେବାସୀମାନଙ୍କର ସେବା କରିଥିଲେ । ସାଲେପାଲି ବୃଦ୍ଧାଶ୍ରମର କର୍ମକର୍ତ୍ତା ଶିବ ପ୍ରସାଦ ସାହୁ, ସଂଜୁ ବିଶ୍ୱାଳ ଏବଂ ଚତୁର୍ଭୁଜ ଭୋଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସାହାଯ୍ୟ କରିଥିଲେ ।

yuvodaya
Leave A Reply

Your email address will not be published.