pakka

ତମିଆଁ ୧୪ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

bbehera

ପାଟଣାଗଡ, (କେପିଏନଏସ) : ପାଟଣାଗଡ ବ୍ଲକ ତମିଆଁ ଠାରେ ୧୪ତମ ମହାବୀର ପ୍ରସାଦ ଅଗ୍ରୱାଲ ମେମୋରିଆଲ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଅଞ୍ଚଳର ବିଶିଷ୍ଠ ସମାଜସେବୀ ଶ୍ରୀକର ମିଶ୍ର, ସମାଜସେବୀ ରବି ନାରାୟଣ ପୂଜାରୀ, ଜଗଦମ୍ବା ଟାଇଲସର ମାଲିକ ତଥା ସମାଜସେବୀ ବିକାଶ କୁମାର ଅଗ୍ରୱାଲ ଯୋଗଦେଇ ଥିଲେ । ତମିଆଁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିଷୁ ଅଗ୍ରୱାଲ ସହଯୋଗ କରିଥିଲେ । ବିଷୁ ଅଗ୍ରୱାଲଙ୍କ ଏପରି ପ୍ରୟାସକୁ ତମିଆଁ ଗ୍ରାମବାସୀ ବହୁ ପ୍ରଶଂସା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ପଦ୍ମପୁର ଓ ବଲାଙ୍ଗିର ମଧ୍ୟରେ ରୋମାଞ୍ଚ ଲଢେଇ ହୋଇଥିଲା । ଶେଷରେ ପଦ୍ମପୁର ଦଳ ଚାମ୍ପିୟନ ଟାଇଟଲ ଜିଣିଥିଲା । ମୁଖ୍ୟ ଅତିଥିମାନେ ଚାମ୍ପିୟନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀକର ମିଶ୍ର ଫୁଟବଲ ଖେଳାଳିମାନଙ୍କୁ ଖେଳକୁ ନେଇ ବିଭିନ୍ନ ପ୍ରକାର ଟିପ୍ସ ଦେଇଥିଲେ ।

jay balangir
Leave A Reply

Your email address will not be published.

five × three =