jayashree

ଛିନ୍ଦେଇକେଲାରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମରେ ବିଜେପି ପକ୍ଷରୁ ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଅତିଥିମାନେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ ଓ ମଜବୁତ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଏସଡିସି ଅଧ୍ୟକ୍ଷ ଗୋବର୍ଦ୍ଧନ ଭୂଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାମଲ, ଜିଲ୍ଲା ଆଦିବାସୀ ସଂଘ ସଭାପତି ନିରାକର ବରିହା, ମଣ୍ଡଳ ସଭାପତି କୈଳାସ ଦିଶ୍ରୀ, ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ଜୟସିଂ ମାଝୀ, ଚନ୍ଦ୍ର ପୁଟା ଓ ରୂପଧର ପାଣ୍ଡେ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଜେପିର ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିର କେତେକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ଅତିଥିମାନେ ଦଳୀୟ ପତାକା ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ବିଜେପିରେ ସାମିଲ ହୋଇଥିବା କର୍ମୀମାନେ ହେଲେ ସୁମିତ ଖୁଣ୍ଟିଆ, ମହେନ୍ଦ୍ର କାରେ, ଅପିନ ବରିହା, ଉମାକାନ୍ତ ଖମାରୀ, ସୁଶାନ୍ତ ଛଚାନ, ଯୁଧିଷ୍ଠିର ମହାଳିଙ୍ଗ, ହେମସାଗର ଲୁହାଡ଼, ଚୁନିଲାଲ ହଂସ,ନରେନ୍ଦ୍ର ଭୋଇ ଓ ସାଗର ହଂସ ପ୍ରମୁଖ । ଏହି ମିଶ୍ରଣ ପର୍ବ ମାଧ୍ୟମରେ ଅଞ୍ଚଳରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ସୁରେଶ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.