oom

ପଦ୍ମପୁରରେ ନାଗପଞ୍ଚମୀ ଅବସରରେ ମହାରୁଦ୍ରାଭିଷେକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଜ୍ୟୋତିଷ ଅନୁଷ୍ଠାନ ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା ପ୍ରତିଷ୍ଠାନ ଟ୍ରଷ୍ଟ୍ ଆନୁକୂଲ୍ୟରେ ଗତ ଅଗଷ୍ଟ ୨୧ ତାରିଖରେ ପଦ୍ମପୁର ମେହେରପଡା ସ୍ଥିତ କଟାବନ୍ଧ ନିକଟସ୍ଥ ସପ୍ନେଶ୍ୱର ବାବାଙ୍କ ମନ୍ଦିରରେ ନାଗପଞ୍ଚମୀ ଅବସରରେ ସାମୁହିକ ରୁଦ୍ରାଭିଷେକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜ୍ୟୋତିର୍ବିଦ୍ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଓ ପଦ୍ମପୁର କର୍ମକାଣ୍ଡୀୟ ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ କାହ୍ନୁ ଚରଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଣ୍ଡିତ ଲିଙ୍ଗରାଜ ଦାଶ, ପଣ୍ଡିତ ରାଧାକାନ୍ତ ମିଶ୍ର, ପଣ୍ଡିତ ଥବୀର ଚରଣ ହୋତା, ପଣ୍ଡିତ ଗୌରଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ନିସର୍ଗେଶ ମିଶ୍ର, ପଣ୍ଡିତ ସରୋଜ ପୁରୋହିତ, ପଣ୍ଡିତ ଲୋକନାଥ ପଣ୍ଡା, ପଣ୍ଡିତ ବିଷ୍ଣୁ ଚରଣ ଦାଶ, ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ତୁଳାଇଥିଲେ । ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଅଭିଷେକ ସମୟରେ ସହଯୋଗ କରିଥିଲେ । ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଉତ୍ସବରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.