ଆଜି ବଜେଟ୍‌ ଆଲୋଚନା କରିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଭୁବନେଶ୍ୱରରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଓଡ଼ିଶା ଗସ୍ତ ଅବସରରେ ସେ ଭୁବନେଶ୍ୱରର ହୋଟେଲ ମେଫେୟାର କନ୍‌ଭେନ୍‌ସନ୍‌ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ବଜେଟ୍‌ ପରବର୍ତ୍ତୀ ଆଲୋଚନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିବେ । ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.