csstore

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ରାଜ୍ୟ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କେଉଁଟ, କୈବର୍ତ୍ତ ଓ ଧିବର ଜାତିର ଲୋକମାନେ ଅନୂସୁଚିତ ଜାତି ବର୍ଗରେ ସାମିଲ ଥିବା ବେଳେ ଏମାନଙ୍କୁ ହଟାଇବା ପାଇଁ ଗତ ୨୪ ତାରିଖରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ସରକାର ଅନୂସୁଚିତ ଜାତି ବର୍ଗର ତାଳିକାରେ ଥିବା ସମସ୍ତ ଲୋକମାନଙ୍କୁ ଅନେକ ପ୍ରକାରର ସାହାଯ୍ୟ କରୁଥିବା ବେଳେ ଏହି କେଉଁଟ, କୈବର୍ତ୍ତ ଓ ଧିବର ସମାଜର ଲୋକମାନେ ମଧ୍ୟ ସରକାରଙ୍କ ତରଫରୁ ସାହାଯ୍ୟ ପାଇବାରେ ସାମିଲ ଅଛନ୍ତି । ତେବେ ଏହି ଜାତିର ଲୋକମାନଙ୍କୁ ତୁରନ୍ତ ରାଜ୍ୟ ସରାକର ହଟାନ୍ତୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ କୁମ୍ଭାର କହିଛନ୍ତି । ଏଥିରେ ସତ୍ୟାନନ୍ଦ ସୁନା, ଡ. ବିପିନ କୁଶୁଲିଆ, ଦ୍ରୋଣ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.