pakka

କୁତୁର୍ଲା, ବଡବନ୍ଧ ପଞ୍ଚାୟତର ଗାଁ ବୁଲିଲେ ନରସିଂହ

  • ରାସ୍ତା, ପାଣି, ବିଜୁଳି ଓ ଭତ୍ତା ର ଅଭିଯୋଗ ଶୁଣାଣିରେ ପ୍ରାଥମିକତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ସ୍ଥିତ କୁତୁର୍ଲା ଓ ବଡବନ୍ଧ ପଞ୍ଚାୟତର ମୁରସିଂ, କରୁଆଁଝର ଆଦି ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ମୁରସିଂଠାରେ ସାଧାରଣ ସଭାରେ ଲୋକେ ଗୁଞ୍ଜିମୁଡା ଏବଂ ଡଙ୍ଗରମୁଡାର ଜଳଧାରଣ କ୍ଷମତା ବଢାଇବା ସହ ତାର ସୌନ୍ଦର୍ଯିକରଣକୁ ନେଇ ଦାବୀ ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଯାଇଥିବା କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ଉଭୟ ଜଳାଶୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ ଏବଂ ସେ ସୂଚନା ଦେଇଥିଲେ ଡଙ୍ଗରମୁଡାକୁ ୨୫ ଲକ୍ଷ ଟଙ୍କା ଅନୁଦାନ ଦିଆସରିଛି ସେହି ଅନୁଦାନରେ ତାର କେନାଲ ମରାମତି ତଥା ଜଳଧାରଣା କ୍ଷମତା ଯେମିତି ବଢି ପାରିବ ତା’ଉପରେ କାମ କରିବାକୁ ଉପସ୍ଥିତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହା ବର୍ଷା ଋତୁ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ କହିଥିଲେ । ଠିକ୍‌ ସେହିପରି ଗୁଞ୍ଜିମୁଡାରେ ମଧ୍ୟ ଜଳଧାରଣା କ୍ଷମତା ସହ ତାର ସୌନ୍ଦର୍ଯିକରଣ କାମ ଶୀଘ୍ର କାମ ଆରମ୍ଭ ହେବାର ନିର୍ଭର ପ୍ରତିଶୃତି ଦେଇଥିଲେ । ଶ୍ରୀ ମିଶ୍ର ସୂଚନା ଦେଇଥିଲେ ଯେ, ଲୋକଙ୍କ ଦାବୀ ମୁତାବକ ପୂର୍ବକ ଗାଁ ରାସ୍ତା ଆଲୋକିକରଣ ପାଇଁ ଦୁଇ ଗୋଟି ହାଇମଷ୍ଟ ଲାଇଟ ନିଜ ବିଧାୟକ ପାଣ୍ଠିର ଅନୁଦାନ ଦେଇ ସାରିଛନ୍ତି ଏବଂ ଦରକାର ପଡିଲେ ମାସେ ପରେ ଆଉ ତିନୋଟି ଷ୍ଟ୍ରିଟ ଲାଇଟ ପାଇଁ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ବଡବନ୍ଧ ପଂଚାୟତର କରୁଆଁଝର ଠାରେ ମା’ ସମଲେଶ୍ୱରୀଙ୍କ ଏକ କମ୍ୟୁନିଟି ସେଣ୍ଟର ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସେଠାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ନୋଡାଲ ସ୍କୁଲ ପାଇଁ ଶ୍ରେଣୀ କକ୍ଷ ନିହାତି ଦରକାର ଅଛି ବୋଲି ଲୋକେ ଦାବୀ କରିଥିଲେ ଯାହାକି ଶ୍ରୀ ମିଶ୍ର ଯେତେ ଟଙ୍କା ଲାଗିଲେ ମଧ୍ୟ ସେ ଶ୍ରେଣୀ କକ୍ଷ ପାଇଁ ଅନୁଦାନର ବ୍ୟବସ୍ଥା କରି ଶ୍ରେଣୀ କକ୍ଷ ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଉପସ୍ଥିତ ମା’ମାନେ ଏକ ନଳକୂପ ଦାବୀ କରିବା ମାତ୍ର ତାହା ଶୀଘ୍ର ପୁରଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଗ୍ରାମବାସୀଙ୍କ ତରଫରୁ ମା’ ସମଲେଶ୍ୱରୀ ମନ୍ଦିରର ପୁର୍ନଉଦ୍ଧାର ତଥା ସୌନ୍ଦର୍ଯିକରଣ ପାଇଁ ଅନୁରୋଧ କରାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ମନ୍ଦିରର ପୁର୍ନଉଦ୍ଧାର ଓ ସୌନ୍ଦର୍ଯିକରଣ ପାଇଁ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, କୁତୁର୍ଲା ସରପଞ୍ଚ ତେଜ ହରପାଲ, ସମିତି ସଭ୍ୟ ପଙ୍କଜିନି ଛତ୍ରିଆ, ଇସମାଇଲ ସୁନା, ବଡବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ବଳରାମ ନାଏକ, ଡୁମେରପିଟା ସମିତି ସଭ୍ୟ ସଂର୍କିତନ ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ମାର୍କଣ୍ଡ ମେହେର, ଡମ୍ବରୁ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × two =