ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେଲେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ଟିଟିଲାଗଡ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସଫଳ ଯୁଡୋ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟିଟିଲାଗଡ ଓମ୍‌ ଭେଲି ସ୍କୁଲର ଛାତ୍ରୀ ଦିବ୍ୟା କମାନି, କ୍ୟାଡେଟ ବିଭାଗର, ଜୀ ବଂଶିକା, ସ୍ଵର୍ଣ୍ଣ ପଦକ, ନମ୍ରତା ଦର୍ଜି, ରୌପ୍ୟ ପଦକ ଓ ଜୁନିୟର ବିଭାଗରେ ଜୀ ବଂଶିକା ରୋପ୍ୟ ପଦକ ହାସଲ କରି ସମ୍ବର୍ଦ୍ଧିତ ହୋଇଛନ୍ତି । ସଭାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ସମ୍ମାନୀୟ ଅତିଥି ରୂପରେ ଟିଟିଲାଗଡ ମ୍ୟୁନିସିପାଲିଟି ଚେୟାରମେନ୍‌ ମମତା ଦେବୀ ଜୈନ, ଓମ୍‌ ଭେଲି ପବ୍ଲିକ ସ୍କୁଲର ଏମଡି ବିଭା ଗୁପ୍ତା, ଟିଟିଲାଗଡ ଗରିବ ସେନାର ସଭାପତି ବୀରେନ୍ଦ୍ର ବାଗ, ଜୁଡୋ ଏସୋସିଏସନର ସଭାପତି ଗୋବିନ୍ଦ ଜୈନ ସମ୍ପାଦକ, ଦେବେନ୍ଦ୍ର ଜୈନ, କେସିୟର କେଦାର କବାଟ, ଖେଳ ଶିକ୍ଷକ ଦାନିଏଲ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.