p purohi

ଗ୍ଲୋବାଲ ଆଇକନ୍‌ ବିଜ୍‌ନେସ୍‌ ଆୱାର୍ଡ୍ସ – ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୁଚି ଫୁଡ୍‌ଲାଇନ୍‌ର ନିର୍ଦ୍ଦେଶିକା ରଶ୍ମି ସାହୁ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍‌ଲାଇନ୍‌ର ନିର୍ଦ୍ଦେଶିକା ତଥା ଯୁବ ମହିଳା ଶିଳ୍ପୋଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁ ଚଳିତ ବର୍ଷର ସମ୍ମାନଜନକ “ଗ୍ଲୋବାଲ ଆଇକନ୍‌ ବିଜିନେସ୍‌ ଆୱାର୍ଡ୍ସ – ୨୦୨୨” ପୁରସ୍କାର ଜିତିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ନୂଆଦିଲ୍ଲୀସ୍ଥିତ ଲେମାରିଡ଼େଏନ୍‌ ହୋଟେଲଠାରେ ଜାତୀୟ ସ୍ତରର ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥାନ ଏନ୍‌.ଏନ୍‌.ଏସ୍‌ ମିଡ଼ିଆ ଦ୍ୱାରା ଆୟୋଜିତ ଏହି ସମ୍ମାନ ଜନକ ପୁରଷ୍କାର ବିତରଣୀ ସମାରୋହରେ ଅନୁଷ୍ଠାନର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଜେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଭାରତର ସରକାରଙ୍କର ସଂଚାର ବିଭାଗୀୟ ମନ୍ତ୍ରୀ (ରାଜ୍ୟ) ଦେବୁ ସିଂହ ଚୌହ୍ୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ ରଶ୍ମି ସାହୁଙ୍କ ସମେତ ଭାରତର ୧୧ଜଣ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକୁ ସମ୍ମାନୀତ କରିଥିଲେ ।

nrusinghnath
Leave A Reply

Your email address will not be published.