ମାସିକ ପତ୍ରିକା ବିଶ୍ୱଖବର ନୂଆଁଖାଇ ସଂଖ୍ୟା ଲୋକାର୍ପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ପର୍ବ ନୂଆଁଖାଇକୁ ଆଉ ଦିନ କେଇଟା ବାକି ଥିବା ବେଳେ ଅଞ୍ଚଳରେ ଏବେଠାରୁ ଉତ୍ସାହର ମାହୋଲ ଦେଖିବାକୁ ମିଳିଲାଣି । କଳା, ସଂସ୍କୃତି, କ୍ରୀଡ଼ା, ସ୍ୱାସ୍ଥ୍ୟ ତଥା ସମାଜସେବାକୁ ଅଧିକ ଗୁରୁତ୍ୱ ଦେଇ ପ୍ରକାଶ କରୁଥିବା ମାସିକ ପତ୍ରିକା ବିଶ୍ୱଖବର ନୂଆଁଖାଇ ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଏହି ଲୋକାର୍ପଣ ହୋଇଥିଲା । ଏଥିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁବୋଧ ପଣ୍ଡା, ଶିକ୍ଷକ କୁନୁ ତ୍ରିପାଠୀ, ସମାଜସେବୀ ଦେବେନ୍ଦ୍ର ସାହୁ, ସମାଜସେବୀ ଯୋଗେନ୍ଦ୍ର ଭୋଇ, ବିଶ୍ୱମ୍ବର ମୁଣ୍ଡ, ସାମ୍ବାଦିକ ନିରୋଜ କୁମାର ପାଣୀ ତଥା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ରହି ପୁସ୍ତକ ଲୋକାର୍ପଣ କରିଥିଲେ ।

Leave A Reply

Your email address will not be published.