csstore

କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ : ଶଗଡ଼ ଗାଡ଼ି ଶୋଭାଯାତ୍ରା, ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସର ବିକ୍ଷୋଭ ପ୍ରଦାର୍ଶନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ଏକ ଅଭିନବ ଭାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରାଯାଇଥିବା ଦେଖାଯାଇଛି । ଶଗଡ଼ ଗାଡ଼ି ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଚନ୍ଦାହଣ୍ଡି ପରିକ୍ରମା କରିଛନ୍ତି । ବ୍ଲକ୍ କାର୍ୟ୍ୟାଳୟଠାରେ ପହଞ୍ଚି ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ପୂର୍ବତନ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରାରେ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ବ୍ଲକ୍ କାର୍ୟ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ଉପସ୍ଥିତ ପୁଲିସ ସହିତ କିଛି ସମୟ ଧସ୍ତାଧସ୍ତି ମଧ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିକ୍ଷୋଭ ସଭାରେ ଚନ୍ଦାହାଣ୍ଡି ଜୋନ୍ ସଭାପତି ହୁମେଶ୍ଵର ହଂସ, ଶ୍ରୀବତ୍ସ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଜଗଦୀଶ ବାଘ, କୁବେର ନିଆଲ, ଜୟଦେବ ନିଆଲ, ମଳୟ ସୁନା, ହେମ ପ୍ରସାଦ, କୃଷ୍ଣ ବାଘ, ମୋହନ ନାଗ, ମଣିରାମ ମାଝୀ, ଡମ୍ବରୁ ହରି, ବନମାଳୀ ବାଘ, ଜଗତ, କାର୍ତ୍ତିକ ମାଳି, ଆସମତି ବାଘ,ଗଜ ଦେଇ, ଚମ୍ପା ନାଗ, ନରେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

jayashree
Leave A Reply

Your email address will not be published.