ଇତିହାସ ରଚିଲେ ହରପ୍ରୀତ୍ : ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କରିଛ‌ନ୍ତି ହରପ୍ରୀତ୍ ଏ.ଡି.ସିଂହି । ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ସେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଏଆଇ.ର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ ବର୍ତ୍ତମାନ ଡ୍ରିମଲାଇନ ବୋଇଙ୍ଗ ୭୮୭ ଚଲାଉଛନ୍ତି । ଭସିନଙ୍କ ସ୍ଥାନରେ ହରପ୍ରୀତ୍‌ ଏୟାର ଇଣ୍ଡିଆର ନୂଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ହେବେ ବୋଲି ସୂଚନା ମିଳିଛି ।
ଏଆଇ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ବଂଶଲ ଏକ ଆଦେଶ ଜାରି କରି କହିଛନ୍ତି ଯେ, ଆଗାମୀ ଆଦେଶ ଯାଏ ଏଲାୟନ୍ସ ଏୟାରରେ ସିଇଓ ପଦବୀ ସମ୍ଭାଳିବେ ହରପ୍ରୀତ୍ । ନିବେଦିତା ଭସିନଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ ବିଭାଗର ମୁଖ୍ୟ ଦାୟିତ୍ୱ ମଧ୍ୟ ଦିଆଯାଇଥିବା କୁହାଯାଇଛି ।

Leave A Reply

Your email address will not be published.