csstore

ବର୍ତ୍ତମାନ ବିରୋଧୀମାନଙ୍କ ମୁଖା ଖୋଲି ଯାଇଛି : ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦି‌ଲ୍ଲୀ : ପୁଲୱାମା ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କ ସ୍ୱୀକାର ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ପୁଲୱାମା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶର ସୈନିକମାନେ ଯେତେବେଳେ ସହିଦ ହୋଇଥିଲେ, ସେତେବେଳେ ବି କିଛି ଲୋକ କୁତ୍‌ସିତ ରାଜନୀତିରେ ଲିପ୍ତ ଥିଲେ । ଦେଶ ଏପରି ଲୋକଙ୍କୁ ଭୁଲିପାରିବ ନାହିଁ ବୋଲି ସେ କହିଛ‌ନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେହି ସମୟରେ ସେ ଅଶ୍ଳୀଳ କଥା ଶୁଣିବା ସହ ସମସ୍ତ ଅଭିଯୋଗର ସମ୍ମୁଖୀନ ହୋଇଥିଲେ । ତା‌ଙ୍କ ହୃଦୟରେ ଗଭୀର ଆଘାତ ଲାଗିଥିଲା । କିନ୍ତୁ ଅତୀତରେ ପଡୋଶୀ ଦେଶରୁ ଯେଉଁଭଳି ଖବର ଆସିଛି, ସେଥିରେ ପୁରୁଣା ଆଘାତ ଉଜାଗର ହୋଇଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ସେମାନ‌ଙ୍କ ଦେଶେ ସଂସଦରେ ଯେଉଁଭଳି ଭାବରେ ସତ୍ୟକୁ ଗ୍ରହଣ କରାଯାଇଛି, ଏହା‌ଦ୍ୱାରା ଏମାନଙ୍କ ପ୍ରକୃତ ଚେହେରାକୁ ସାମ୍‌ନାକୁ ଆସିଛି । ପୁଲୱାମା ଆକ୍ରମଣ ପରେ ଏହି ଲୋକମାନେ ରାଜନୈତିକ ସ୍ୱାର୍ଥ ପାଇଁ କେତେ ପରିମାଣରେ ତଳକୁ ଖସି ଯାଇପାରି‌ନ୍ତି, ଏହା ଏକ ଉତ୍ତମ ଉଦାହରଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ପ୍ରଶଂସା କରିବା ବେଳେ ରାଜନୈତିକ ଦଳମାନଙ୍କୁ କହିଛନ୍ତି ଯେ, ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଁ ଏପରି ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିବି, ଆମର ସୁରକ୍ଷା ବାହିନୀର ମନୋବଳ ପାଇଁ, ଦୟାକରି ଏଭଳି ଜିନିଷରୁ ଦୂରେଇ ରୁହନ୍ତୁ । ନିଜ ସ୍ୱାର୍ଥପରତା ପାଇଁ, ଆପଣ ଜାଣିଶୁଣି କିମ୍ବା ଅଜାଣତରେ ଏହାକୁ ଜାତୀୟ ବିରୋଧୀ ଶକ୍ତିଙ୍କ ହାତରେ ଖେଳିବାକୁ ଦେଇ ଦେଶ କିମ୍ବା ନିଜ ଦଳର କୌଣସି ମ‌ଙ୍ଗଳ କରିପାରିବେ ନାହିିଁ ।

jayashree
Leave A Reply

Your email address will not be published.