ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ଡାକପଦର ଗାଁରେ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଡାକପଦର ଗ୍ରାମର ଚମ୍ପେଶ୍ୱର ଜାନୀ (୫୫) ନାମକ ଜଣେ ଚାଷୀ ଗୁରୁବାର ରାତିରେ ଜଙ୍ଗଲ ଭିତରେ ଥିବା ନିଜ ଧାନ ବିଲ ଜଗିବାକୁ ଯାଇଥିଲେ । ରାତି ପ୍ରାୟ ଗୋଟାଏ ସମୟରେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିବାରୁ ତାଙ୍କର ବାମ ଜଂଘ ଓ ହାତରେ ଗଭୀର କ୍ଷତ ହୋଇଛି । ସେ କୌଣସି ମତେ ଭାଲୁ କବଳରୁ ନିଜକୁ ଉଦ୍ଧାର କରି ରକ୍ତ ଜୁଡ଼ୁବୁଡ଼ି ଅବ‌ସ୍ଥାରେ ଘରେ ପହଞ୍ଚିଥିଲେ । ତାଙ୍କୁ ଚିକି‌ତ୍ସା ପାଇଁ ନିକଟସ୍ଥ ତଳଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଘର ଲୋକେ ବାହାରକୁ ନେଇପାରୁ ନଥିବା ଜଣାପଡ଼ିଛି । ତେବେ ବନ ବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.