ନୃଶଂସ ଘଟଣା : ଯୁବକଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ରାଉରକେଲାରେ ଏକ ନୃଶଂସ ଘଟଣା ଘଟିଛି । ଟ୍ରାଫିକ ଗେଟ ମାର୍କେଟ ଅଂଚଳରେ ଗତକାଲି ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ମଧ୍ୟ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସାଗର ଓ ପ୍ରକାଶ ଦୁଇବନ୍ଧୁ ଟ୍ରାଫିକ ଗେଟ ମାର୍କେଟ ଅଂଚଳର ଏକ ଘରେ ଶୋଇଥିଲେ । ଏହି ସମୟରେ ଆଠ ଦଶ ଜଣ ଯୁବକ ଲାଠି ଓ ଧାରୁଆ ଅସ୍ତ୍ର ‌ଦ୍ୱାରା ସେନାନଙ୍କୁ ଆକ୍ରମଣ କରିଥିଲେ । ନୃଶଂସ ଆକ୍ରମଣରେ ସାଗରଙ୍କ ଘଟଣାସ୍ଥଳରେ ପ୍ରାଣହାନୀ ଘଟିଥିଲା ଓ ପ୍ରକାଶ ଗୁରୁତର ଆହତ ହୋଇଥିଲେ । ପ୍ଲାଣ୍ଟସାଇଟ ଥାନାରେ ଏ ସଂକ୍ରା‌ନ୍ତରେ ଏକ ମାମଲା ରୁଜୁ ହୋଇଥବବା ବେଳେ ପୁଲିସ ତିନି ଚାରି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.