ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର : ଦୁର୍ଘଟଣାରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ପହଂଚାଇଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଆହତ ଯୁବକ‌ଙ୍କୁ ଦେଖିବା ପାଇଁ ଅନେକ ଲୋକ ଥିଲେ, ହେଲେ କାହାର ମନରେ ଦୟା ନ ଥିଲା । ତେବେ ଟିଟିଲାଗଡ଼ରୁ ଫେରୁଥିବା ୧୦୮ ଆମ୍ବୁଲାନ୍ସ ଗାଡିଟି ଲୋକଙ୍କ ଭିଡ଼ ଦେଖି ଅଟକି ଯାଇଥିଲା । ଦେଖିବାକୁ ପାଇଥିଲେ ଯେ ଯୁବକ ଜଣକ ଗାଡି ଧକ୍କାରେ ଗୁରୁତର ଅବସ୍ଥାରେ ପଡି ରହିଛି । ତେବେ ମାନବିକତା ଦେଖାଇ ଗାଡି ଡ୍ରାଇଭର ଯଜେ୍ଞଶ୍ୱର ରଣା ମାନବିକତା ଦେଖାଇ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ପହଂଚାଇ ଥିଲେ । ସୂଚନା ମତେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯୁବକ ଜଣକ କେରମେଲି ପଞ୍ଚାୟତ ବାଗଜୋର ଗ୍ରାମର ସାଗର ମହାନନ୍ଦ ବୋଲି ଜଣାପଡିଛି । ଯୁବକଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଡ୍ରାଇଭରଙ୍କ ଏଭଳି ମାନବିକତାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.