ଓରମାସ ପକ୍ଷରୁ ଗ୍ରାମ୍ୟ ଜଳଯୋଗାଣ କାରିଗରଙ୍କୁ ତାଲିମ ପ୍ରଦାନ

ପାଟଣା : ପାଟଣା ବ୍ଲକ ଅଞ୍ଚଳର ୨୦ଟି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ସ୍ୱାବଲମ୍ବୀ କାରିଗରମାନଙ୍କୁ ଓରମାସ ପକ୍ଷରୁ ସ୍ୱତନ୍ତ୍ର ଭାବେ ବୈଷୟିକ ଜ୍ଞାନ ସମ୍ବଳିତ ତାଲିମ ଦିଆଯାଇଛି । ନଳକୂପ ମରାମତିଠାରୁ ଆରମ୍ଭ କରି ପାଇପ ଲାଇନ କାର୍ଯ୍ୟ, ଏହାର ସୁପରିଚାଳନା ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ ସସ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କ ଦ୍ଵାରା କାରିଗର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଶିବିରରେ ଶତାଧିକ ଗ୍ରାମ୍ୟ କାରିଗର ସାମିଲ ଥିବା ବେଳେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁଙ୍କ ଉପସ୍ଥିତିରେ ଏହି ଶିବିର ଚାଲିଛି ।

Leave A Reply

Your email address will not be published.