Yearly Archives

2021

ବଙ୍ଗୋମୁଣ୍ଡାରେ ୧୦୦ ଜଣ ଦିନ ମଜୁରିଆ ଓ ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରାକାର । ଲକଡାଉନ ଯୋଗୁଁ ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ ଓ ସାଇକେଲ ମେକାନିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମ ଧନ୍ଦା ଅଭାବ ସହ କାମ ନ…
Read More...

ଦେଓଗାଁ ବ୍ଲକରେ ୧୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତରେ ୪ଜଣ, ଗୁଡ଼ଖାପଲା ପଞ୍ଚାୟତରେ ୩ଜଣ, ଧଣ୍ଡାମାଲ, ଜରାସିଂହା, ମହଲାଇ, ସାଲେପାଲି ପଞ୍ଚାୟତରେ ୨ଜଣ…
Read More...

ଏକ ସ୍ଵତନ୍ତ୍ର ୱେବସାଇଟ୍ ଜରିଆରେ କୋଭିଡ୍ ହସ୍ପିଟାଲର ସମସ୍ତ ଅପଡେଟ୍ ତଥ୍ୟ ପ୍ରଦାନ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତର ଜାତୀୟ ସ୍ତରର ସର୍ବ ପ୍ରଥମ ଛାତ୍ର ସଂଗଠନ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ) ଓଡିଶା ରାଜ୍ୟ କମିଟି ପକ୍ଷରୁ "ରେଡ୍ ଭଲେଣ୍ଟିଅର" ଗଠନ କରି କୋଭିଡ୍ -୧୯ର ଦ୍ଵିତୀୟ ଲହର ଓ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଏହି "ରେଡ ଭଲେଣ୍ଟିଅର"…
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଷ ପିଇ ଏକ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ବୁଢ଼ାବାହାଲ ସ୍ଥିତ ବାବୁକେଲଗାଁର ପ୍ରେମାନନ୍ଦ ସାହୁ (୧୮) । କୌଣସି କାରଣରୁ ପ୍ରେମାନନ୍ଦ ବିଷ ପିଇ ଦେଇଥିଲେ ତେବେ କିଛି ସମୟ ପରେ ତାଙ୍କୁ…
Read More...

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ କଚେରୀ ସାମ୍ନାରେ ଥିବା ଓଭର ହେଡ ଟେଙ୍କ ପରିସରର ମୁଖ୍ୟ ଫାଟକ ଗୋଟିଏ ଫାଳ ଦୀର୍ଘ ବର୍ଷ ଧରି ନଷ୍ଟ ହୋଇଯାଇଛି । ଏହା ଦ୍ୱାରା ଲୋକଙ୍କ ସେ ଭିତରକୁ ଅବାଧ ଯା ଆସ ଲାଗିଛି । ଫାଟକରେ ତାଲା ପକାଇବା ଏକ ପ୍ରସହନରେ ପରିଣତ ହୋଇଛି । ଏଥିରୁ…
Read More...

ପାଟଣାଗଡ଼ ଏନ୍ଏସ୍‌ୟୁଆଇ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ମହାମାରୀ କରୋନା ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ତାକୁ ଆଖି ଆଗରେ ରଖି ସରକାର ରାଜ୍ୟରେ ସଟଡାଉନ ଏବଂ ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନରେ ଅସହାୟ ପରିବାର ମାନଙ୍କ ମୁଠେ ଖାଇବା ପାଇଁ ପାଇବା ବହୁତ୍ କଷ୍ଟକର…
Read More...

ଫର୍ମ ଦାଖଲ ହୋଇଛି କିନ୍ତୁ ପଞ୍ଜିକୃତ ହୋଇନାହିଁ : ଡାଳୁଆ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୧୧ଟି ପେକ୍ସର ୧୨୧ ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ଧାନ ଚାଷ କରିବାର ଇଚ୍ଛା ଅଛି । ନିଜ ନିଜ ଉଦ୍ୟମରେ ଚାଷ କରିଛନ୍ତି । ବାହାରକୁ ଦାଦନ ଖଟିବାକୁ ଇଚ୍ଛା ନ କରି ନିଜ ଜମୀରେ ଚାଷ କରିଛନ୍ତି ହେଲେ ଉତ୍ପାଦନ ହୋଇଥିବା ଧାନକୁ ସରକାର କିଣିବେ ନାହିଁ । ମଣ୍ଡିରେ ବିକ୍ରୟ କରିବାକୁ ବଞ୍ଚିତ ହେବେ ବୋଲି…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୬ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୨ ଜଣ, ବେଲପଡ଼ା…
Read More...

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ । କାମ କେମିତି…
Read More...

ଜୁନିୟର ରେଡକ୍ରସ ତରଫରୁ ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଲକଡାଉନ ଚାଲିଛି ଯାହାଫଳରେ ଗରିବ, ଖଟିଖିଆ, ଭିକାରୀ ଓ ରାସ୍ତା କଡରେ ରହୁଥିବା ବ୍ୟକ୍ତିମାନେ ଦୋକାନ ବଜାର ବନ୍ଦ ଯୋଗୁଁ ଖାଇବାକୁ ପାଉନାହାନ୍ତି । କିଛି ଅନୁଷ୍ଠାନ ତଥା ସମାଜସେବୀ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା…
Read More...