jayashree

ବଙ୍ଗୋମୁଣ୍ଡାରେ ୧୦୦ ଜଣ ଦିନ ମଜୁରିଆ ଓ ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରାକାର । ଲକଡାଉନ ଯୋଗୁଁ ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ ଓ ସାଇକେଲ ମେକାନିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମ ଧନ୍ଦା ଅଭାବ ସହ କାମ ନ ମିଲିବାରୁ ଘରେ ରହୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଧେଶ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ସଦରରେ ଥିବା ୧୦୦ ଜଣ ଦିନ ମଜୁରିଆ ଓ ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ୪ କେଜି ଚାଉଲ, ଡାଲି ଅଧା କେଜି ଓ ଆଲୁ ୨ କେଜି ବଣ୍ଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ଡଃ ନାରାୟଣ ମିଶ୍ର ଓ ଗାନ୍ଧୀ ବଗର୍ତ୍ତୀ ସହଯୋଗ କରିଥିଲେ ।

Leave A Reply

Your email address will not be published.