om academy

କବିତା : ଲଟ୍‌କନା

  • ନବୀନ ବିଶ୍ୱବନ୍ଧୁ

ଗଲ ଯେ’ ଗଲ !
ନାଇଁ ଆଏଲ।
କାହିଁ ଗଲ, କାଣା କଲ
କିଏ ଜାନେ…
କା’ର୍ ସୁରେ,କେତେ ଧୂରେ
କେନ୍ ଠାନେ ?

ତମେ ପଲାଲାକେ ଅକାଲ୍-କାଲ୍,
ପଡ଼ିଆ ପଡ଼ଲା ଗଜ୍-ବାହାଲ୍,
ମାଲେ ମାଲେ ଗଲା ମାଲ୍-ଖେକାରୀ,
ଭାଲୁ କଅଁଲାଲା କୁଶେର୍ ବାରୀ,
କୁକୁରା ଖାଏଲା ଘଉବିଲେଇ…
ଆଏଲ ନାଇଁ !

ତମର୍ ଗୁଡ଼େ କାଣା ଗୁରେହି ହେଇଛେ
ବାର-ବୋଡ଼ା, ତେର-ଜାତି-ଧର୍ସା…
କାଏଁ କାକର୍,
କାଏଁ ଝଉ ବର୍‌ଷା ?
କି’ କିଏ ଭରିଛେ ତମର୍ ମୁଡ଼େ
ଆଠ୍ ନାଗ୍, ସୁଲ୍‌ହ ଚିତିର୍ ମହରା…
ମନ୍ ମରା,
ତନ୍ ହରା ??

ତମକୁ ଟାଖି ଟାଖି
ବାଟ୍ ଦେଖି ଦେଖି
ବର୍ ଗଛର୍ ଓର୍ ବାଗିର୍
ଭୂଇଁ ହେଲି ଜାକି !
ଘାଏ ହେଲେ ଆଏତ !

ଛନେ ଘଡ଼େ ବଏତ,
ଦୁଃଖ୍-ସୁଖ୍ ହେତ,
ତମର୍ ଯେତେ ରାଗ୍-ରୁଷା, ହୁଡ଼ା-କୁଦା,
ବିଧା-ଠୁସା ଦେତ ।

ମୋର୍ ହେତେ କୁଲାକୁଲି,
ମିଠାଗାଲି,ଚୁମା-ଚଟା ନେତ,
ପଲାତ !

ଗଲ ଯେ’ ଗଲ,
ମିତ !
ଲେହେଁଟି ନାଇଁ ଦେଖି
ନୁକୋ ନାଇଁ କଲ ।

ମୋ.ନଂ. : ୮୧୪୪୧୬୯୦୯୧

Leave A Reply

Your email address will not be published.

nine + six =