pakka

ସମିତି ସଭ୍ୟ ପଦବୀ ପାଇଁ ୪ଟି ସନ୍ତାନର ପିତା ନିର୍ବାଚନ ମଇଦାନରେ : ପାଟଣାଗଡ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ

bbehera

ପାଟଣାଗଡ଼, (ଗୋରେଖନାଥ ବରିିହା) : ସମିତି ସଭ୍ୟ ପାଇଁ ୪ଟି ସନ୍ତାନର ପିତା ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୧୯୯୫ ମସିହା ପରଠାରୁ ୩ଟି ସନ୍ତାନର ପିତା ନିର୍ବାଚନରେ ଛିଡ଼ା ହୋଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିୟମ ଜାରି କରିଛନ୍ତି । ତେବେ ଏହାକୁ ନେଇ ସେହି ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ସମିତି ସଭ୍ୟ ପ୍ରାର୍ଥୀ ତପି ତାଣ୍ଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ସେହି ପଂଚାୟତରେ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଜୟନ୍ତ କୁମ୍ଭାରଙ୍କ ୪ଟି ସନ୍ତାନ ଅଛନ୍ତି । ଏ ସଂକ୍ରନ୍ତାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିବା ମଧ୍ୟ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।

jay balangir
Leave A Reply

Your email address will not be published.

two × 3 =