pakka

କବିତା : ପ୍ରେମ

l2
  • ଲିଲି ପଟେଲ

ଶିରା ପ୍ରଶିରାରେ ମଧୁର ଟଙ୍କାର
ହୃଦ ରଂଗମଂଚେ ଅଭୁଲା ଝଙ୍କାର
ସମ୍ମାନେ ଯତନେ ସ୍ୱତନ୍ତ୍ର ସଂସ୍କାର
ଅଭିଳାଶ ଶୂନ୍ୟ ସ୍ନେହ ଅଳଙ୍କାର
ବୋଧେ ଏ ସଂଜ୍ଞାଟି ପ୍ରେମର !

ନିଃଶ୍ୱାସେ ପ୍ରଶ୍ୱାସେ ଅକୁହା ଫୁତ୍‌କାର
ଉନ୍ମୁକ୍ତ ହୃଦୟ ଅନିନ୍ଦ୍ୟ ସତ୍‌କାର
ପରଶ ଦର୍ଶନ ଶୂନ୍ୟ ଅଭିସାର
ମନର ମଣିଷ ଶ୍ରେଷ୍ଠ ଉପହାର
ବୋଧେ ଏ ସଂଜ୍ଞାଟି ପ୍ରେମର !

pp
Leave A Reply

Your email address will not be published.

3 × four =