pakka

ବିଶ୍ୱ ରକ୍ତଦାତା ଦିବସ ଅବସରରେ ସଚେତନତା ବାର୍ତ୍ତା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ବଲାଙ୍ଗିରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସ ଅବସରରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ରେଡକ୍ରସର କର୍ମକର୍ତ୍ତାମାନେ ଆସି ଏହି ଅବସରରେ ଜନସାଧାରଣଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ସହ ରକ୍ତଦାନ ମହତ ଦାନ ଭଳି ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ । ଜଣେ ରକ୍ତଦାନ କଲେ ଛଅ ଜଣ ରୋଗୀଙ୍କ ରକ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରାଯାଇପାରେ । ଦିନକୁ ଦିନ ବଲାଙ୍ଗିରରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ରକ୍ତଦାନର ଆବଶ୍ୟକତା ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲା ରକ୍ତଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ମହଜୁଦ ନଥିବା ବେଳେ ଦୂର ଦୂରାନ୍ତରୁ ଆସିଥିବା ରୋଗୀ ରକ୍ତ ଅଭାବର ବିଶେଷ ଶିକାର ହେଉଛନ୍ତି । ସହରୀ ରୋଗୀ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । କିଛି ଅସମାଜିକ ତତ୍ତ୍ୱ ରକ୍ତ ଅଭାବର ଫାଇଦା ନେଇ ରକ୍ତ ବିକ୍ରି କରି ରୋଗୀ ତଥା ପରିଜନଙ୍କୁ ମନଇଚ୍ଛା ପଇସା ମାଗୁଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜନତା ତଥା ଯୁବପିଢି ରକ୍ତଦାନ କଲେ ସମସ୍ୟାର ସମାଧାନ ହୋଇପାରିବ । ତେଣୁ ବଲାଙ୍ଗିରର ଛାତ୍ର ଯୁବକ ଆଗେଇ ଆସି ରକ୍ତଦାନ କରି ରୋଗୀଙ୍କୁ ଜିବନଦାନ କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା । । ଏହି କାର୍ଯ୍ୟକ୍ରମରେ ବୁଢାଡଙ୍ଗର କଲେଜର ଅଧ୍ୟକ୍ଷ ଚବିଳ ବଗର୍ତ୍ତି, ୧୯ ନଂ.ୱାର୍ଡର କାଉସିଲର ହରିଶଙ୍କର ଛତ୍ରିଆ, କବି ଅର୍ଜୁନ ସାହୁ, ଜୁନିୟର ରେଡକ୍ରସ ସାଧନ କର୍ମୀ ରାମ ନାରାୟଣ , ଦୂତିବାହନ ଚନ୍ଦନ, ଅଷ୍ଟମୀ ବଗର୍ତ୍ତି, କିଶୋର ଜାଲ, ଘାସିରାମ ଦୀପ, ଆକୁଳ ବଗର୍ତ୍ତି, ପ୍ରଶାନ୍ତ ମହାକୁର, ମାହେଶ୍ୱରୀ ଅନୁଷ୍ଠାନ, ବଲାଙ୍ଗିର ଦିନ ଆୟୋଜନ କମିଟି, ଯାଦବ ସମାଜ ତଥା ରେଡକ୍ରସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 7 =