pakka

ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ଦ୍ୱାରା କଂଟାବାଂଜିରେ ଗରିବ କଲ୍ୟାଣ ସଭା

bbehera
  • କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କଠାରେ ପହଂଚାଇବା ଦଳର ମୁଖ୍ୟ ଆଭିମୁଖ୍ୟ

କଂଟାବାଂଜି, (ମନୀଷ କୁମାର ହଂସ) : ଭାରତୀୟ ଜନତା ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖାଦ୍ୱାରା ଗୁରୁବାର ସଂଧ୍ୟାରେ ସ୍ଥାନୀୟ ମାନସ ଭବନଠାରେ ଗରିବ କଲ୍ୟାଣ ସଭା ମହା ଆଡମ୍ବରରେ ପାଳିତ ହୋଇଯାଇଛି । କେନ୍ଦ୍ରର ଯଶସ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ପୂର୍ତ୍ତି ଏବଂ ୨ ପାଳିର ୨ୟ ବର୍ଷ ପୂର୍ତ୍ତି ଅବସରରେ ଏହି ସଭା ଅନୁଷ୍ଠିତ ହୋଇଛି । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ମଇ ୩୧ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୫ ତାରିଖ ଯାଏ ଚାଲିଥିବା ଗରିବ କଲ୍ୟାଣ ସଭା ଜିଲ୍ଲାର କଂଟାବାଂଜି ଠାରେ ଜିଲ୍ଲାସ୍ତରୀୟ ସଭା ସମାପାନ ହୋଇଛି । ଏହି ସଭାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ଓଡିଶା ସରକାର କିପରି ଭଣ୍ଡୁର କରି ନିଜ ସୁଶାସନର ରୂପ ଦେବା ସହ ସମସ୍ତ କେନ୍ଦ୍ର ଅନୁଦାନ ଗୁଡିକ ରାଜ୍ୟ ସରକାରଙ୍କ ନାମ ଫଳକରେ ସିମିତ ରଖୁଛି ବୋଲି ବକ୍ତାମାନେ ନିଜ ନିଜ ମତ ରଖିଥିଲେ । କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢାଓ ଯୋଜନାରୁ ଆରମ୍ଭ କରି ଅନେକ ଗୁଡିଏ ଯୋଜନା ଦେଶବାସୀଙ୍କ ହିତ ପାଇଁ କାର୍ଯ୍ୟକାରୀ ହେଉଥିବା ବେଳେ ଉକ୍ତ ଯୋଜନା ଗୁଡିକ ଜନସାଧାରଣଙ୍କଠାରେ ପହଂଚାଇବା ଭାଜପା କର୍ମିଙ୍କ ମୁଖ୍ୟ ଆଭିମୁଖ୍ୟ ହେବା ଉଚିତ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବ୍ଲକରୁ ଶତାଧିକ ମହିଳା ପୁରୁଷ ଭାଜପା କର୍ମି ସାମିଲ ହୋଇଥିଲେ । ଏହି ସଭାରେ ପଂଚାୟତ ନିର୍ବାଚନୀରେ ଭାଜପା ସମର୍ଥକ ବିଜୟୀ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ, କାଉନସିଲର ଯଥା ଜଗନ୍ନାଥ ନାଗ, ଜ୍ଞାନ ରଂଜନ ତାଣ୍ଡି, ମାୟାଧର ତାଣ୍ଡି, ରଘୁନାଥ ସାହୁ, ରବି ଟାକ୍ରି, ଖରତ ବାଗ, ଭାଗୀରଥି ମେହେର, ନିଲକଂଠ ଶତପଥି, ଲମ୍ବୋଦର ସୁନା, ଶିବଦତ୍‌ ମିଶ୍ର, ଜିତୁ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜୟଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ(ମୁଖ୍ୟ ଅତିଥୀ), ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ତୁରେକେଲା ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଧନମତୀ ଖୁରା, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ସଂଯୋଜକ ମୁକେଶ ଜୈନ, କଂଟାବାଂଜି ନଗର ସଭାପତି ବେଦବ୍ୟାସ ନାଗ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ ମଂଚାଶିନ ଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀବତ୍ସ ବେହେରା ମଂଚ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

4 × 2 =