pakka

ଦିଲ୍ଲୀରେ କରୋନା ପୁନର୍ବାର ବୋବାଲ କଲା, ଗୋଟିଏ ଦିନରେ ୧୩୭୫ ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ବଢ଼ିଲା ଆଶଂକା

kalikesh

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ଭାଇରସ୍ ବୋବଲ କରିଛି । ଗତ ତିନି-ଚାରି ଦିନ ଧରି କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଏକ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଖବର ଅନୁସାରେ ବୁଧବାର ଦିନ ଦିଲ୍ଲୀରେ ୧,୩୭୫ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥି ସହିତ, ପଜିଟିଭ୍‌ ହାର ୭.୦୧%କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୬୪୩ରେ ପହଂଚିଛି ।

pp
Leave A Reply

Your email address will not be published.

ten − three =