pakka

ରାଞ୍ଚି ହିଂସା : ବ୍ୟବସାୟୀମାନେ ୧୨୦୦ କୋଟି ଟଙ୍କା କ୍ଷତି ସହିଲେ, ଅନେକ କ୍ଷେତ୍ରରେ ଧାରା ୧୪୪ ବଳବତ୍ତର

ରାଞ୍ଚି : ଜୁନ୍ ୧୦ରେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଥିବା ହିଂସା ଓ ଦଂଗା ପରେ ଏବେ ଧୀରେ ଧୀରେ ଏହି ଘଟଣାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ସହର। ଗତ ଚାରି ଦିନ ମଧ୍ୟରେ ଦଂଗାକାରୀଙ୍କ ଯୋଗୁଁ ରାଜଧାନୀର ବ୍ୟବସାୟ ଛିନ୍‌ଛତର୍‌ ହୋଇଯାଇଛି । ଝାଡ଼ଖଣ୍ଡ ଚାମ୍ବର ଅଫ୍ କମର୍ସ ଅନୁଯାୟୀ, ବ୍ୟବସାୟର ବିଭିନ୍ନ କ୍ଷେତ୍ରରେ ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି, ଯେଉଁଥିରେ ଅଟୋମୋବାଇଲ୍, ରେଷ୍ଟୁରାଣ୍ଟ ଏବଂ ଅଳଙ୍କାର ସମେତ ଅନ୍ୟାନ୍ୟ ବ୍ୟବସାୟ ଅନ୍ତର୍ଭୁକ୍ତ । ଏହି ସମୟରେ, ପ୍ରାୟ ୩୦ ଘଣ୍ଟା ଧରି ଇଣ୍ଟରନେଟ୍ ସେବା ବ୍ୟାହତ ହେତୁ ଅନଲାଇନ୍ ସହ ଜଡିତ ସମସ୍ତ ବ୍ୟବସାୟ ସ୍ଥିର ହୋଇଯାଇଥିଲା, ଯେଉଁଥିପାଇଁ ସରକାର ମଧ୍ୟ ରାଜସ୍ୱର ଏକ ବଡ଼ କ୍ଷତି ସହିଲେ ।

Leave A Reply

Your email address will not be published.

20 − 12 =