pakka

ୱାଟର ପାର୍କରେ ଦୁର୍ଘଟଣା : ସୁଇମିଂ ପୁଲକୁ ଓହ୍ଲାଇବା ମାତ୍ରେ ସ୍ଲାଇଡିଂ ବୋଟ୍‌ ଯୁବକଙ୍କ ଉପରେ ମାଡ଼ିଗଲା, ଯୁବକଙ୍କ ମୃତ୍ୟୁ

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରରୁ ଏକ ୱାଟର ପାର୍କରେ ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଆଖି ପିଛୁଳାକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ପୂର୍ବ ସିଂହଭୂମର ଘାଟଶିଲା ଗାଲୁଡିହ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ବିର୍ସା ଫନ୍‌ ସିଟି ୱାଟର ପାର୍କରେ ଏହି ଦୁର୍ଘଟଣା ଘଟିଛି ।

ୱାଟର ପାର୍କରେ ଗାଧୋଇବାବେଳେ ସ୍ଲାଇଡିଂ ବୋଟ୍ ଯୁବକଙ୍କ ଉପରେ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଜାମସେଦପୁରର ବାଗିନ୍‌ହାତୁ ନିବାସୀ ଜନି କୈବତ୍‌ର୍ତ୍ତ(୩୦) ।

Leave A Reply

Your email address will not be published.

nine + 19 =