pakka

ନିଜସ୍ୱ ମତ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ କାହିଁକି ବିରୋଧ କରାଯିବା ଦରକାର ?

kalikesh
  • ଦତ୍ତାନନ୍ଦ ପଣ୍ଡା

୧. ଏହା ଲଗାଇଲା ପରେ ଗାଡି ଚୋରି ହେଲେ ଚାଳକକୁ ତୁରନ୍ତ କ୍ଷତି ପୂରଣ ମିଳିବ ଏବଂ ଏଥିପାଇଁ ପୋଲିସ୍ ଷ୍ଟେସନକୁ ଯାଇ ଚାଳକକୁ ଏଫଆଇଆର ଦେବାକୁ ପଡିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବା ଦରକାର।
୨. କିରୋସିନରେ ପୋଛିଲେ ଏହି ହାଇ ସିକ୍ୟୁରିଟି ପ୍ଲେଟର ନମ୍ବର ଲିଭିଯାଉଛି ବୋଲି ଦେଖାଯାଉଛି । ଏପରି କ୍ଷେତ୍ରରେ ସର୍ଭିସିଂ ସମୟରେ ଗାଡି ଧୋଇଲାବେଳେ ନମ୍ବର ଲିଭିଗଲେ ଏହାକୁ ଦ୍ୱିତୀୟ ଥର ଲଗାଇବାକୁ ହେଲେ, ଏହାକୁ ସରକାର ମାଗଣା ଯୋଗାଇଦେବେ ବୋଲି କହିବା ଦରକାର ।
୩. ପଛ ପଟରୁ ଗାଡି ଆକ୍ସିଡେଣ୍ଟ ହେଲେ ସାଧାରଣତଃ ନମ୍ବର ପ୍ଲେଟ ଚେପା ହୋଇଯାଏ କିମ୍ବା ଭାଙ୍ଗିଯାଏ । ଏପରି କ୍ଷେତ୍ରରେ କଣ ଆଉଥରେ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରାଯିବ ନା ସେଇ ପୁରୁଣା ଠିକଣାରେ ଭଙ୍ଗା ନମ୍ବର ପ୍ଲେଟ ଦେଇ ନୂଆ ନମ୍ବର ପ୍ଲେଟ ଲଗାଇ ହେବ ତାହା ଉପରେ ସରକାର ମତ ରଖିବା ଦରକାର ।
୪. ସରକାର ଓଡିଶାର ଚାଳିଶରୁ ପଚାଶ ଲକ୍ଷ ଗାଡିକୁ ଆଗାମୀ ଡିସେମ୍ବର ଭିତରେ ଏହି ନମ୍ବର ପ୍ଲେଟ ଲଗାଇବେ ବୋଲି କହିଛନ୍ତି । ଅର୍ଥାତ ଆଗାମୀ ସାତ ମାସରେ ମାସକୁ ସାତ ଲକ୍ଷ କରି ଗାଡିରେ ଏହି ନମ୍ବର ପ୍ଲେଟ ଲାଗିବ । ଚାରୋଟି ଭେଣ୍ଡର ମାସକୁ ହାରାହାରୀ ପଚିଶ ହଜାର ଅର୍ଥାତ ଦିନକୁ ହଜାର ଲେଖାଏଁ ଗାଡିରେ ଏହି ନମ୍ବର ଫିଟ୍ କରିବେ, ଯାହା ବସ୍ତୁତଃ ଅସମ୍ଭବ ମନେ ହେଉଛି ।
୫. ଏତେ ସଂଖ୍ୟକ ଗାଡି ଯେତେବେଳ ଗୋଟିଏ ଲେଖାଏଁ ଭେଣ୍ଡର ପାଖରେ ଦୈନିକ ଠିଆ ହେବେ । ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ଅନେକ ବରିଷ୍ଠ ନାଗରିକ ଏପରି ଅନେକ ସମୟ ଠିଆ ହେବାରେ ସକ୍ଷମ ନୁହନ୍ତି ।
୬. ସାଧାରଣତଃ ମଧ୍ୟବିତ୍ତ ପରିବାର ପାଖରେ ଗୋଟିଏ କାର ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କୁଟି ରହୁଛି । ଏହାର ନମ୍ବର ପ୍ଲେଟ ଲଗାଇବା ପାଇଁ ଆପଣଙ୍କୁ ତିନିଥର ଦୌଡିବାକୁ ପଡିବ। ଲାଇନ୍ ଲମ୍ବା ହୋଇଥିଲେ ଆପଣଙ୍କୁ ସବୁ ଗାଡି ପିଛା ଅନ୍ତତଃ ଗୋଟିଏ ଦିନ ଛୁଟି ନେବାକୁ ପଡିପାରେ ।
୭. ଗାଁରେ ରହୁଥିବା କିମ୍ବା ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅନେକ ଏ କାମ ନିଜେ କରି ପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ କୋଡିଏ ରୁ ପଚାଶ ଟଙ୍କା ଯାଏ ପ୍ରତି ଗାଡି ପିଛା ଅନଲାଇନ୍ ବୁକିଂ ଖର୍ଚ୍ଚ ବେସରକାରୀ କମ୍ପ୍ୟୁଟର ଅପରେଟର୍‌ଙ୍କୁ ଦେବାକୁ ପଡିପାରେ ।
୮. ଆଗକୁ ବର୍ଷାଦିନ ଆସୁଥିବାରୁ ଲୋକମାନେ ଭେଣ୍ଡର ପାଖରେ ଦୀର୍ଘ ସମୟ ପାଇଁ ଠିଆ ହୋଇ ନମ୍ବର ପ୍ଲେଟ ଲଗାଇବା କାଠିକର ପାଠ ହୋଇ ପଡିବ ।
୯. ଜଣେ ନମ୍ବର ବୁକ୍ କଲାପରେ ତା’ ଘରକୁ ଅନଲାଇନ ମାଧ୍ୟମରେ ନମ୍ବର ପ୍ଲେଟ ପଠାନ୍ତୁ । ଏଥିପାଇଁ ଆଗୁଆ ଦେଇ ସରକାର ରଖନ୍ତୁ । ନମ୍ବର ପ୍ଲେଟକୁ ଲୋକଙ୍କ ପାଖକୁ ହୋମ ଡେଲିଭରି କରିବା ପାଇଁ ଭାରତୀୟ ଡାକ କିମ୍ବା ଆମାଜନ ଓ ଫ୍ଲିପକାର୍ଟ ପରି ହୋମ ଡେଲିଭରି କରୁଥିବା ସଂସ୍ଥାର ସାହାଯ୍ୟ ସହଯୋଗ ନିଅନ୍ତୁ । ନମ୍ବର ପ୍ଲେଟକୁ ଚାଳକ ଭେଣ୍ଡର ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସେଣ୍ଟରକୁ ନିଜ ସୁବିଧା ଅନୁସାରେ ଯାଇ ଲଗାଇ ଦେଉ । ଏହା ଦ୍ୱାରା ଭେଣ୍ଡର ପାଖରେ ଅବାଞ୍ଛିତ ଭିଡ କମିବ ଏବଂ ଲୋକ ଅଯଥାରେ ହଇରାଣ ହେବେ ନାହିଁ । ଏଥିପାଇଁ ସବୁ ବ୍ଲକରେ ଗ୍ୟାରେଜ ଲୋକଙ୍କୁ ତାଲିମ୍ ଦିଆଯାଉ । ଗାଡିର ନମ୍ବର ନିର୍ବିଶେଷରେ ସମସ୍ତଙ୍କୁ ଡିସେମ୍ବର ଯାଏ ଏ କାମ ପାଇଁ ସମୟ ଦିଆଯାଉ ।

ମୋ.ନଂ. : ୯୪୩୭୨୪୨୯୫୫

pp
Leave A Reply

Your email address will not be published.

8 + 2 =