ଭାରତ ବନ୍ଦରେ ସାମିଲ୍‌ ହେବ ଜିଲ୍ଲା କଂଗ୍ରେସ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଭଳି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦକୁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇବା ସହିତ ବନ୍ଦରେ ସାମିଲ ହେବାପାଇଁ ନିଷ୍ପତ୍ତି ହୋଇଛି । ଏଆଇସିସି ଓ ପିସିସିର ଆହ୍ବାନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନିହାର ରଞ୍ଜନ ମହାନନ୍ଦ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି, କୂଷକ ବିରୋଧୀ ବିଲ, ରାଷ୍ଟ୍ରୀୟ ସମ୍ପତ୍ତିକୁ ବିକ୍ରୀ ଓ ଘରୋଇ କରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବୀରେ ଆସନ୍ତା ଗୁରୁବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଅଛି । କେନ୍ଦ୍ରରେ ଥିବା ବିଜେପି ସରକାର ଗରିବମାରଣ ନୀତି ବିରୋଧରେ ସଚେତନ କରାଇବା ସହିତ ତୁରନ୍ତ ଏତାଦୃଶ୍ୟ ଜନବିରୋଧୀ ଆଇନ୍ ପ୍ରତ୍ୟାହାର କରିବାପାଇଁ ଏହି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.