ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ଧନୀ ଶ୍ରେଣୀର ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯାଇଥିବା ବେଳେ ଗରିବ ଶ୍ରେଣୀର ଲୋକମାନେ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ତେବେ ତୁରେକେଲା ବ୍‌ବ୍ଲକ୍‌ରେ ଏଭଳି ଅନେକ ଘଟଣା ରହିଥିବା କୁହାଯାଇଛି । ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ତଦାରଖ କରି ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ ହେଉଛି । ଗରିବମାନ‌ଙ୍କ ପାଇଁ ରହିଥିବା ସରକାରୀ ଯୋଜନାକୁ ଉଚିତ ଭାବେ କାର୍ୟ୍ୟକାରୀ କରି ଅସାଧୁ ଅଧିକାରୀମାନ‌ଙ୍କ ବିରୁ‌ଦ୍ଧରେ ଉଚିତ ପଦକ୍ଷେପ ନେବାକୁ ଜିଲ୍‌ଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.