pakka

୫ ଦଫା ଦାବୀ ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ବଳଭଦ୍ରପୁରର ଗ୍ରାମବାସୀ

bbehera

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ନାରଦପୁର ଗ୍ରାମପଞ୍ଚାୟତର ବଳଭଦ୍ରପୁରରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ଜଣାପଡିଛି । ୩ଟି ବୁଥ୍ ଭୋଟର ଶୂନ୍ୟ ହୋଇଥିବା ବେଳେ ବୁଥ୍ ନଂ ୬, ୭, ୮ରେ ଜଣେ ହେଲେ ଭୋଟର୍ ଭୋଟ୍ ଦେଇ ନ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୬ ତାରିଖରେ ୫ ଦଫା ଦାବୀ ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ତେବେ ଆଜି ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଥିବା ବେଳେ ବଳଭଦ୍ରପୁରରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ଜଣାପଡିଛି ।

Leave A Reply

Your email address will not be published.

3 × two =