pakka

ଯଦି ପତି-ପତ୍ନୀ ଉଭୟେ ଚାକିରିରେ ଅଛନ୍ତି ….

kalikesh
  • ସୁଶ୍ରୀ ସ୍ନେହଲତା

ବଦଳୁଛି ସମୟ । ସମୟ ସହ ତାଳ ଦେଇ ଚିନ୍ତାଧାରାର ପରିବର୍ତ୍ତନ ମଧ୍ୟ ହେଉଛି । ଏଭଳି ସମୟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ମାନସିକତା ବି ବଦଳିଛି । ଆଜିର ସମୟରେ ମହିଳାମାନେ ମଧ୍ୟ ନିଜ କ୍ୟାରିୟର ପାଇଁ ଚିନ୍ତିତ ଏବଂ ଚାକିରି ବୃତ୍ତିରେ ମନ ବଳାଉଛନ୍ତି । ଅନେକ ଦମ୍ପତି ଅଛନ୍ତି, ଯେଉଁମାନେ ଦୁହେଁ ବାହାରେ କାମ କରୁଛନ୍ତି । ଅବଶ୍ୟ ଯେହେତୁ ଉଭୟେ ବୃତ୍ତିଗତ ଜୀବନ ଅତିବାହିତ କରୁଛନ୍ତି, କେଉଁଠି କେମିତି ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଛି । ଏଭଳି ପରିସ୍ଥିତିରେ, ଉଭୟଙ୍କୁ ସାଲିସ୍‌ କରିବାକୁ ପଡ଼ିଥାଏ । ଏହାଫଳରେ ଦାଂପତ୍ୟ ଜୀବନ ସୁଖମୟ ହୁଏ ।

ଉଭୟ ସାଥୀଙ୍କୁ ବୁଝିବାକୁ ହେବ ଯେ, ପୁରୁଷ ହେବାର ଅର୍ଥ ନୁହେଁ ଯେ ସେ ଘର କାମ କରିପାରିବେ ନାହିଁ ଓ ଜଣେ ମହିଳା ବାହାରେ କାମ କରିପାରିବେ ନାହିଁ । ଏହି ଦୃଷ୍ଟିକୋଣରୁ କାର୍ଯ୍ୟକୁ ଦେଖନ୍ତୁ ଏବଂ ଯିଏ ଯେଉଁ ସମୟରେ ମୁକ୍ତ ଅଛନ୍ତି, ସିଏ ଘର କାର୍ଯ୍ୟ ସମାପ୍ତ କରିବାରେ ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ । ଏହା ସହିତ ଘର କାମ ଶୀଘ୍ର ସମାପ୍ତ ହୋଇଯିବ ଏବଂ ସମସ୍ୟା ମଧ୍ୟ ସମାପ୍ତ ହେବ ।

ଉଭୟ ପତି-ପତ୍ନୀ ଜଣେ ଆର ଜଣଙ୍କର କାମ କରିବାକୁ କୁଣ୍ଠାବୋଧ ନକଲେ, ବୁଝାମଣା ଠିକ୍‌ ରୁହେ । ତେବେ ଯଦି ପତି-ପତ୍ନୀ ଦୁହେଁ ପିତାମାତା ହୋଇ ସାରିଛନ୍ତି, ତେବେ ଦାୟିତ୍ୱ ଟିକିଏ ଅଧିକ ହୋଇଥାଏ । ଏପରି ପରିସ୍ଥିତିରେ ଦାୟିତ୍ୱ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ପିଲାମାନଙ୍କୁ ଗଢ଼ି ତୋଳିବା ଭଳି ପରମ କାର୍ଯ୍ୟ । ତେବେ ଦୁହିିଁଙ୍କୁ ପିଲାଙ୍କ ଦାୟିତ୍ୱ ଠିକ୍‌ ଭାବରେ ବହନ କରିବାକୁ ହେବ ।

pp
Leave A Reply

Your email address will not be published.

1 + 2 =