pakka

ସ୍ଵାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ବହଲପଦର ଗ୍ରାମର ଖେଡୁ ପ୍ରଧାନଙ୍କ ଝିଅ ମମତାଙ୍କୁ ୧୧ ବର୍ଷ ତଳେ ବିବାହ କରିଥିଲେ । ଶଙ୍କର ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀ ମମତାଙ୍କୁ ମାଡ ମାରୁଥିଲେ । ୠତକାଲି ସନ୍ଧ୍ୟା ସମୟରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେକୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶଙ୍କର ମମତାଙ୍କୁ ମାଡ ମାରିଥିଲେ ଫଳରେ ମମତା ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ମମତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୃତ ମମତାଙ୍କ ପରିବାର ଲୋକେ ଉଲୁଣ୍ଡା ଥାନାରେ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.

fifteen − 10 =