ଡୁମେରପିଟା ପଞ୍ଚାୟତର ସମସ୍ୟାକୁ ନେଇ ଭିଆଇପି ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର : ସମାଧାନ ନ କଲେ ୧୮ରୁ ଅନିଶ୍ଚିତକାଳ ପାଇଁ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ମାସ ହେଲା ଡୁମେରପିଟା ପଂଚାୟତର ନୂଆ କାର୍ଯ୍ୟାଳୟ କୋଠା ସଂପନ୍ନ ହେବା ସତ୍ୱେ ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ କୋଠା ଉଦଘାଟନ ହୋଇପାରିନାହିଁ । ବର୍ଷା ଦିନରେ ପୁରୁଣା ଭଙ୍ଗାରୁଜା କାର୍ଯ୍ୟାଳୟରେ ସେଲସ୍‌ମ୍ୟାନ ଦ୍ୱାରା ରାସନ ସାମଗ୍ରୀ ବଂଟନ କାର୍ଯ୍ୟ ହୋଇପାରି ନାହିଁ । ଗତ ମାସ ତୁମେରପିଟା ପଂଚାୟତରେ ୫ଖଣ୍ଡ ଗ୍ରାମର ରାସନ ହିତାଧିକାରୀ ଯିବା ଆସିବା କରୁଛନ୍ତି ୧୮ କି.ମି. ଦୂରବର୍ତ୍ତୀ ରାମଚନ୍ଦ୍ରପୁରକୁ ଯାହାକି ଅନ୍ୟ ପଂଚାୟତକୁ ଯାଇ ବୃଦ୍ଧ ବୃଦ୍ଧା ବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ଆଣିବାକୁ ପଡିଥିଲା । ଡୁମେରପିଟା ପଞ୍ଚାୟତ ରାସନ ବଣ୍ଟନ ପାଇଁ ଲାଇସେନ୍ସ ମିଳିଯାଇଛି । ଏଣୁ ନୂଆ ପଞ୍ଚାୟତ କୋଠାକୁ ଅତି ଶୀଘ୍ର ଉଦଘାଟନ କରି ସେହି ସ୍ଥାନରେ ସମସ୍ତ ରାସନ୍ ହତାଧିକାରୀଙ୍କୁ ରାସନ ସାମଗ୍ରୀ ଦିଆଯାଉ ତଥା କାର୍ଯ୍ୟାଳୟ କୋଠାରେ ପାଣି, ବିଜୁଳି, ବୃକ୍ଷରୋପଣ କରି ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ଦିଆଯାଏ । ୦୯.୦୩.୨୦୧୭ରୁ କାମ କରୁଥିବା ତଥା କାର୍ଯ୍ୟ କରିବା ପାଇଁ ସ୍ଥାନ ନ ଥିବାରୁ ନିର୍ବାହୀ ଅଧିକାରୀ, ଗ୍ରାମସାଥୀ ଏବଂ ଜି.ଆଇ.ଏସ ବସୁନାହାନ୍ତି । ଏହା ସହିତ ପିଅନ ନାଦିର ଭୁଏ ୨୦୧୭ରୁ କାର୍ଯ୍ୟରତ ଅଛନ୍ତି କିନ୍ତୁ ତାଙ୍କୁ ନିଯୁକ୍ତ ନିଆଯାଇ ନାହିଁ ଏବଂ ନାଇଟ ୱାଚମେନ୍, କ୍ଲିନର ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଅତି ଶୀଘ୍ର ଏହାର ସମାଧାନ କରାଯାଉ । କଲ୍ୟାଣ ଭବନ, ମିଶନ ଶକ୍ତି କୋଠା ମଧ୍ୟ ଉଦଘାଟନ କରି ମହିଳା ସଂୟ ସହାୟକ ଗୋଷ୍ଠୀଙ୍କୁ କାମ କରିବାକୁ ସୁଯୋଗ ଦିଆଯାଉ ଏବଂ ଡୁମେରପିଟା ଗାଁର ଜନସଂଖ୍ୟା ୧୦୦୦ରୁ ଉର୍ଦ୍ଧ୍ଵ ହେବା ସତ୍ୱେ ନଳକୂଅ ପାଣିର ସୁବିଧା ହୋଇନାହିଁ । କାରଣ ଗତ ୯ ବର୍ଷ ହେଲା ପମ୍ପ ପଡ଼ିଯାଇଛି । ମନରେଗା ଏବଂ ଓଡିଶା ଜୀବିକା ମିଶନ କାର୍ଯ୍ର ଆଗକୁ ବଢ଼।ଯାଉନାହିଁ । ଗତ ବର୍ଷ କରେଣ୍ଟାଇନରେ ଥିବା ଦାଦନ ଶ୍ରମିକଙ୍କ ମଧ୍ୟରୁ ୪୦ ଜଣକୁ ଏ ପର୍ଯ୍ରନ୍ତ ୨ହଜାର ଟଙ୍କା ଲେଖାଏଁ ମିଳିନଥିବା ସହ ଦାଦନ ଶ୍ରମିକମାନଙ୍କୁ ଏ ପର୍ଯ୍ୟନ୍ତ ଶ୍ରମିକ କାର୍ଡ ଦିଆଯାଇନାହିଁ । ଡୁମେରପିଟା ଫଚାୟତରେ ୨ ଲିଟର କିରୋସିନୀ ବଦଳରେ ୧ ଲିଟର ପୁରୁଣା ହିତାଧିକାରୀଙ୍କୁ ଦିଆଯାଉଥିବା ବେଳେ ନୂଆ ହିତାଧିକାରୀଙ୍କୁ ଦିଆଯାଇନାହିଁ । ଗତ ୨୦୧୯ ମସିହା ଅଗଷ୍ଟ ମାସର ଲଗାଣ ବର୍ଷା ତଥା ବନ୍ୟା ଯୋଗୁଁ ଡୁମେରପିଟା ପଞ୍ଚାୟତର କାହାରିକୁ ମଧ୍ୟ ଘର ଭଙ୍ଗା ତଥା ଫସଲ କ୍ଷୟକ୍ଷତିର ସହାୟତା ରାଶି ଦିଆଯାଇନାହିଁ । ଭିଲେଜର୍ସ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଡ଼.ବିପିନ କୁଶଲିଆ ଡୁମେରପିଟା ପଞ୍ଚାୟତର ବହୁ ସମସ୍ୟାର ସମାଧାନ କରିବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଅନ୍ୟଥା ଆସନ୍ତା ୧୮ତାରିଖ ଦିନ ଡୁମେରପିଟା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଇର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଗାଁର ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ କରେନା କଟକଣା ମାନି ସକାଳରେ କାର୍ଯ୍ରାଳୟ ସମୟ ୯ରୁ ଅନିଶ୍ଚିତକାଳୀନ ଧାରଣାରେ ଆନ୍ଦୋଳନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.

7 + eighteen =