ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ସୂଚନା ଅନୁସାରେ, ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ପାଇଁ କିରାଣୀଙ୍କ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଥିବା ଜଣାପଡିଛି । ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଅମୀୟ କୁମାର ଦାସ ଓ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକଙ୍କୁ ଭିଜିଲାନ୍ସ ବିଭାଗର ଟିମ୍‌ କଟକ ସ୍ଥିତ କାର୍ଯ୍ୟାଳୟକୁ ଉଠାଇ ନେଇଥିବା ସୂଚନା ମିଳିଛି । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ବଡ଼ଚଣା କଡେଇ ଶାସନ ସ୍ଥିତ ବାସଭବନ ଓ ଭୁବନେଶ୍ଵର ସ୍ଥିତ ଫ୍ଲାଟରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ବଡ଼ଚଣା ଶୁକଦେଇପୁର ସ୍ଥିତ କନିଷ୍ଠ କିରାଣୀ ସୁଧାଂଶୁ ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି ।

Leave A Reply

Your email address will not be published.

20 − fifteen =