ରାଉରକେଲାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୫ ଠାରେ ଥିବା ମହାନଗର ନିଗମର ଶିବିର କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ଧାରଣା ଦିଆଯାଇଛି । ଭାରତୀୟ ମଜ୍‌ଦୁର ସଂଘ ସହବନ୍ଧିତ ଏହି ସଙ୍ଗଠନର କର୍ମୀମାନେ ସେମାନଙ୍କର ବେତନ ବୃଦ୍ଧି, ଦୁର୍ଘଟଣା ବା ମୃତ୍ୟୁଜନିତ ସହାୟତା, ନୂତନ ଶିକ୍ଷାନୀତି ଅନୁଯାୟୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତାକୁ ଭିତ୍ତି କରି ପ୍ରାଥମିକ ଶିକ୍ଷକର ମାନ୍ୟତା, ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ ସେମାନଙ୍କୁ ଅନ୍ତର ଆଦି ଦାବୀରେ ଏହି ଧାରଣା ଦିଆଯାଇଛି । ଏହି ସବୁ ଦାବୀ ପୂରଣ ନିମନ୍ତେ ମହାନଗର ନିଗମର ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.

five × two =