ମ.ରାମପୁର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଉତ୍ତମ କୁମାର ବାଗ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଉତ୍ତମ କୁମାର ବାଗ ଯୋଗଦାନ କରିଥିବା ଜଣାଯାଇଛି । ଆଜି ସେ ବ୍ଲକ କାର୍ଯ୍ୟାଳୟକୁ ଆସି ଯୋଗଦେଇଥିବା ବେଳେ ପୂର୍ବରୁ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରି ନୂତନ ବିଡ଼ିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ନୂତନ ବିଡ଼ିଓ ଶ୍ରୀ ବାଗ ଏଥି ପୂର୍ବରୁ ଖଡ଼ିଆଳ ବ୍ଲକ ବିଡ଼ିଓ ଭାବରେ କାର୍ଯ୍ୟ ସଂପାଦନ କରୁଥିବାବେଳେ ଏଠାରେ ଥିବା ବିଡ଼ିଓ ରୁମାନା ଜାଫ୍ରିଙ୍କୁ ଖୋର୍ଦ୍ଧା ବଦଳି ହେଇଥିବା ଜଣାଯାଇଛି । ତେବେ ନୂତନ ବିଡ଼ିଓଙ୍କ ଯୋଗଦାନ ବେଳେ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ସେ ଜନସାଧାରଣଙ୍କ ସହଯୋଗରେ ମ.ରାମପୁର ବ୍ଲକର ଉନ୍ନତିକଳ୍ପେ ବଦ୍ଧପରିକର ହେଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.

13 + 15 =

error: Content is protected !!