ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର୍‌ : ଜିଲ୍ଲାରୁ ୫୦୭, ବଲାଙ୍ଗିର ପୌରାଂଚଳରୁ ୧୦୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ ଶହ ପାର୍‌ ହୋଇଥିବା ବେଳେ ଜିଲ୍ଲାରେ ୫୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୦୬ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୮ରୁ ୧, ୭ରୁ ୨, ୧୪ରୁ ୨, ୧୧ରୁ ୩, ୧୭ରୁ ୩, ୨୧ରୁ ୫, ୪ରୁ ୬, ୧୦ରୁ ୬, ୧ରୁ ୭, ୧୫ରୁ ୯, ୧୮ରୁ ୯, ୨ରୁ ୧୦, ୬ରୁ ୧୦, ୧୯ରୁ ୧୦, ୫ରୁ ୧୧ ଓ ୨୦ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୧୧ ଜଣ, ବଲାଙ୍ଗିର ବ୍ଲକରୁ ୩୬ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୬ ଜଣ, ବେଲପଡ଼ା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୬୧ ଜଣ, ଗୁଡ଼ଭେଲା ବ୍ଲକରୁ ୨୭ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୯ ଜଣ, ଖପ୍ରାଖୋଲ ବ୍ଲକରୁ ୨୬ ଜଣ, ଲୋଇସିଂହା ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୮ ଜଣ, ପାଟଣାଗଡ଼ ବ୍ଲକରୁ ୧୪ ଜଣ, ପାଟଣାଗଡ଼ ଏନ୍‌ଏସି ଅଂଚଳରୁ ୮ ଜଣ, ପୁଇଁନ୍ତଲା ବ୍ଲକରୁ ୧୭ ଜଣ, ସଇଁନ୍ତଲା ବ୍ଲକରୁ ୪୪ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୧୭ ଜଣ, ଟିଟିଲାଗଡ଼ ବ୍ଲକରୁ ୨୩ ଜଣ, ତୁରେକେଲା ବ୍ଲକରୁ ୨୬ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୨୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୧୮୬୬୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୩୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୯୦ ଜଣ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.

twelve + eighteen =

error: Content is protected !!