pakka

ଆସନ୍ତା ୨୨ରୁ ପଦ୍ମପୁରରେ ବାସନ୍ତିକ ନବରାତ୍ରି ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧପଡ଼ା ଠାରେ ବାସନ୍ତିକ ନବରାତ୍ରି ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଚୈତ୍ର ମାସ ୨୨ ତାରିଖ ବୁଧବାର ଦିନ ସକାଳ ଘ.୮ଟା ସମୟରେ କଳସାଧିସ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଅଖଣ୍ଡ ଦୀପ ପ୍ରଜ୍ୱଳନ, ଦେବୀ ଆବାହନ, ଅଗ୍ନି ସ୍ଥାପନ ଓ ବନଦୁର୍ଗା ପୂଜାରମ୍ଭ, ମିଷ୍ଟାନ ଭୋଗ, ସନ୍ଧ୍ୟା ଆରତୀ ସହ ବିଗ୍ରହ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ୯ ଦିନ ବ୍ୟାପି ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମା’ ନବଦୁର୍ଗାଙ୍କ ଆଶିଷ ତଥା ସାନ୍ନିଧ୍ୟ କୃପା ଲାଭ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି । ଏଥିରେ ବନଦୁର୍ଗା ମନ୍ଦିର ପୂଜା କମିଟିର ସଭାପତି ଭାବେ ଡା. ପ୍ରଭାତ ନାରାୟଣ ତ୍ରିପାଠୀ ଓ ସଂପାଦକ ଭାବେ ଗୋପାଳ ଚନ୍ଦ୍ର ଭୋଇ ଅଛନ୍ତି ।

jay balangir
Leave A Reply

Your email address will not be published.

eleven − four =