pakka

କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡାର ଆରାଧ୍ୟ୍ୟ ଦେବୀ ମା’ପାଟଖଣ୍ଡା ଓ ବରାଳଦେବୀଙ୍କ ମୁଖ୍ୟ ପର୍ବ ହେଉଛି କାନ୍ଦୁଲ ଭଜା ଯାତ୍ରା । ପଶ୍ଚିମ ଓଡିଶାର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ । ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ । ନୂଆ କାନ୍ଦୁଲ, ଶିମ୍ବ, ମହୁଲ ଫୁଲ, ପଳାସ ଫୁଲ, ମୁଆଁ ଇତ୍ୟାଦିକୁ ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଲାଗି କଲା ପରେ ପରିବାରର ସମସ୍ତେ ସାମୁହିକ ପ୍ରସାଦ ସେବନ କରନ୍ତି । ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳୀଦେବା ପ୍ରଥା ମଧ୍ୟ ରହିଛି । ଏହି ଯାତ୍ରା ବାଲିଗୁଡା ଉପଖଣ୍ଡର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡି ଭଳି ବିଭିନ୍ନ ଗାଁରେ ପାଳିତ ହେଉଅଛି । ମାଆ ପାଟ୍ଟଖଣ୍ଡାଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରି ଆସୁଥିବା ବେଳେ କାଳକ୍ରମେ କ୍ଷତ୍ରୀୟ, ପାଇକ, ଖଣ୍ଡାୟତ, ବଂଶଧର ମାଆଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି । ପରମ୍ପରା ଅନୁଯାୟୀ ମାଆ ପାଟ୍ଟଖଣ୍ଡାଙ୍କ ପ୍ରତିକ ଟାମୁକ ଓ ଖଣ୍ଡା ରଜାପାତ୍ରଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହି ନୂଆବସ୍ତ୍ର ପରିଧାନ କରି ମାଆ ପାଟ୍ଟଖଣ୍ଡା ଏବଂ ବରାଳ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ନୂଆଖାଇ ଥିଲେ । ସୂଚନାଯୋଗ୍ୟ ଯେ, ଏହି କୃଷି ଭିତ୍ତିକ କାନ୍ଦୁଲ ଭଜା ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହି ଜାକଜକମରେ ପାଳିତ ହୋଇଆସୁଛି ।

jay balangir
Leave A Reply

Your email address will not be published.

4 × one =