ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆରୁହାବୃତ୍ତି ନଂ-୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ଭୋଗରାଇ ଭରଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ମାଗଣା ଚକ୍ଷୁପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସମାଜସେବୀ ଅଶ୍ୱିନୀ କୁମାର ଦତ୍ତ ଉଦ୍‌ଘାଟନ କରିଥିଲେ । ଏଥିରେ ଡାକ୍ତର ସୁଧାଂଶୁ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ସମାଜସେବୀ ଡାକ୍ତର ଅଜିତ କୁମାର ଚାନ୍ଦଙ୍କ ସହଯୋଗରେ ସ୍ଥାନୀୟ ଅଞ୍ଚଳରୁ ୭୦ରୁ ଅଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୨୨ ଜଣ ରୋଗୀଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

17 + 4 =