pakka

ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୮୦ ହଜାର ଟଙ୍କା ସହ ମୋବାଇଲ ତଥା ଟାବ୍‌ଲେଟ ଓ ବାୟୋମେଟ୍ରିକ ସ୍କେନର ଲୁଟ୍‌ କରି ନେଇଛନ୍ତି । ଏ ସର୍ମ୍ପକରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଭାରତ ଫାଇନାନ୍‌ସର କର୍ମଚାରୀ ରାଜୀବ ଲୋଚନ ବିଶି(୨୨) ତାଙ୍କ ସହକର୍ମୀ ଅଙ୍କିତ ସାହୁ(୨୦)ଙ୍କ ସହ ମିଶି ପୁଇଁନ୍ତଲା ଥାନା ଅନ୍ତର୍ଗତ ବହଲପଦର, ଅଏଁଲାସାରି ଓ ମଙ୍ଗଲାମୁଣ୍ଡା ଗାଁରୁ କମ୍ପାନିର ଟଙ୍କା କଲେକ୍ସନ ସାରି ବାଇକରେ ଆସୁଥିବା ବେଳେ ମଙ୍ଗଲାମୁଣ୍ଡା ଗାଁ ମୁଣ୍ଡରେ ରହିଥିବା ଏକ ବଙ୍କା ରାସ୍ତା ପାଖରେ କେତେକ ଅଜଣା ଦୁର୍ବୃତ୍ତ ଅଚାନକ ଆସି ୨ ଜଣଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଏହାପରେ ବାଇକ ଡିକିରେ ରହିଥିବା ୮୦ ହଜାର କଲେକ୍ସନ ଟଙ୍କା, କମ୍ପାନୀ ପକ୍ଷରୁ ଦିଆଯାଇଥିବା ଟାବ୍‌ଲେଟ, ବାୟୋମେଟ୍ରିକ ସ୍କେନର ଓ ଦୁହିଁଙ୍କ ମୋବାଇଲ ଫୋନ ସହ ଅଙ୍କିତ ସାହୁଙ୍କ ପର୍ସରେ ଥିବା ୧୨ ଶହ ଟଙ୍କା ମଧ୍ୟ ନେଇ ଫେରାର୍‌ ହୋଇଯାଇଥିଲେ । ଏ ସମ୍ପର୍କରେ ଲୁଟ୍‌ର ଶିକାର ହୋଇଥିବା ରାଜୀବ ଲୋଚନ ବିଶି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

jay balangir
3 Comments
  1. Shishir kumar Pradhan says

    Sir send to WhatsApp link for dally e-news read and report new news

    1. Koshala Prabaha says

      call me. 9437151062

  2. generic cialis tadalafil 20mg reviews

    ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଅଭିଯୋଗ – Koshala prabaha live

Leave A Reply

Your email address will not be published.

one × five =