csstore

ଭାଲୁମୁଣ୍ଡାରେ ସମବାୟ ସମିତି ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳାରେ ଆଜି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ତରଫରୁ ଏକ ଆର୍ଥିକ ସାକ୍ଷରତା ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ମ୍ୟାନେଜର ଆଶିଷ ଚୌଧୁରିଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅମିତ କୁମାର ସାମନ୍ତରାୟ, ଭାଲୁମୁଣ୍ଡା ସମବାୟ ସମିତି ସଭାପତି ପଙ୍କଜ ମେହେର, ତୁରେକେଲା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରବୀନ୍ଦ୍ରନାଥ ବେହେରା, ବିରିପାଲି ସରପଞ୍ଚ ସୁରେଶ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ରବି ଚାଷ ଓ ଖରିବ ଚାଷ ଉପରେ ଆଲୋଚନା ସହିତ ଚାଷୀ କେମିତି ଉପକୃତ ହେବ ସେ ବିଷୟରେ ବଲାଙ୍ଗିର କେନ୍ଦ୍ର ସମବାୟ ସମିତିର ମ୍ୟାନେଜର ସମସ୍ତଙ୍କୁ ବୁଝାଇଥିଲେ । ଭାଲୁମୁଣ୍ଡା ସମିତିର ସମସ୍ତ ସଭ୍ୟ ସଭ୍ୟା ଏବଂ ଚାରୋଟି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.