pakka

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୨ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ଦୁଇ ଜଣ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା କଂଟାମାଲର ସଂଜୀବ ମଟାରୀ(୨୩) ଓ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ମନୋଜ ପ୍ରଧାନ(୨୩) । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାକୁ ବାହାରୁ ପାଠ ପଢିବା ପାଇଁ ଆସିଥିବା ବେଳେ ଆଜି ତାଙ୍କ ଗ୍ୟାସ୍‌ ସରିଯିବାରୁ ଦୁହେଁ ସଂଜୀବ ଓ ମନୋଜ ଗ୍ୟାସ୍‌ ଭର୍ତ୍ତି କରିବା ପାଇଁ ଯାଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆଖୁରସ ପିଉଥିଲେ । ତେବେ ହଠାତ୍‌ ଫୁଡ୍‌ ଭ୍ୟାନ୍‌ଟି ମାଡି ଆସି ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଦୁହେଁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଟାଉନ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

12 − 8 =