କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସମୀର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ରଂଜୁ ଅମାତ କ୍ୟାବିନେଟ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ଲିଲନ ବସ୍ତିଆ, ଉପମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରକାନ୍ତି ନାଏକ, ଶିକ୍ଷାମନ୍ତ୍ରୀ ଭାବେ ସିଦ୍ଧାର୍ଥ ପ୍ରଧାନ, ଉପଶିକ୍ଷାମନ୍ତ୍ରୀ ଭାବେ କାୟଲ କର୍ମୀ, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବେ ଶୁଭମ ପ୍ରଧାନ, ଉପକ୍ରୀଡା ଓ ସଂସ୍କୃତିମନ୍ତ୍ରୀ ଭାବେ ଶିବାନୀ ବାଘ, ଖାଦ୍ୟମନ୍ତ୍ରୀ ଭାବେ ଲିପସା ନାଏକ ଓ ଉପଖାଦ୍ୟମନ୍ତ୍ରୀ ଭାବେ ଜିଷ୍ଣୁ ପ୍ରଧାନ, ପରିବେଶମନ୍ତ୍ରୀ ଭାବେ ଓଁମ କୁମାର ମାଝୀ ଓ ଉପପରିବେଶମନ୍ତ୍ରୀ ଭାବେ ରେଶମା ପ୍ରଧାନ, ସ୍ଵାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଭାବେ ମାନସି ନାଗ, ଉପସ୍ୱାସ୍ଥ୍ୟ ଓ ପରିମଳମନ୍ତ୍ରୀ ଭାବେ ସଂଗ୍ରାମ ଅମାତ ଏବଂ ମୀନାମନ୍ତ୍ରୀ ଭାବେ ସ୍ନେହା ରାଜହଂସ ପ୍ରମୁଖ ମହାସମାରୋହରେ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ଶିକ୍ଷକ ସୁରେନ୍ଦ୍ର କମ୍ପ, ଶୈଳେନ୍ଦ୍ର ବସ୍ତିଆ, ବନିତା ମେହେର, ସ୍ନେହଲତା ମହାପାତ୍ର, ବୈଶାଖୁ ବସ୍ତିଆ, ନରପମଣି ମହାଳିକ ପ୍ରମୁଖ ଶପଥ ପାଠ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ଏବଂ ପରବର୍ତ୍ତୀ କ୍ୟାବିନେଟ ବୈଠକ ଆସନ୍ତା ଶନିବାର ଦିନ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଲନ ବସ୍ତିଆ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

1 × four =