ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଆର୍ ଆଇ ଅଫିସ୍ ଖତ ଖାଉଛି

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ସ୍ଵାସ୍ଥ୍ୟକେନ୍ଦ୍ର ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କାମରେ ନ ଲାଗି ଖତ ଖାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିଲେ ସୁଦ୍ଧା ଏଯାଏଁ ଏହି କାର୍ଯ୍ୟାଳୟ ପାଇଁ କୌଣସି ପ୍ରକାରେ ପ୍ରଶାସନର ଦୃଷ୍ଟି ଗୋଚର କରାଯାଉ ନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନର ଏକ ଦୃଷ୍ଟି ଗୋଚର କରାଯାଇ ଏହି କାର୍ଯ୍ୟାଳକୁ କାର୍ଯ୍ୟକାରୀ କରାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

four − one =